ନାହାକ ଚକ ସହ ସଂଯୋଗ ହେଲା ୩ ଅଖ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ଏହି ଅବସରରେ ତିନି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ଶୁଭ ଅନୁକୂଳ କରାଯାଇଛି। ଶ୍ରୀମନ୍ଦିରରୁ ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ ଏହି ଅଖ ସଂଯୋଗ କାର୍ଯ୍ୟ କରାଯାଇଥିଲା। ପ୍ରତ୍ୟେକ ରଥର ୨ ଟି ଲେଖାଏଁ ଚକରେ ଅଖ ସଂଯୋଗ କରାଯାଇଥିବା ବେଳେ ଆଗକୁ ସମୁଦାୟ ୪୨ଟି ଚକ ଓ ୨୧ ଟି […]

chakadera-niti

  • Published: Sunday, 22 May 2022
  • , Updated: 22 May 2022, 10:38 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ଏହି ଅବସରରେ ତିନି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ଶୁଭ ଅନୁକୂଳ କରାଯାଇଛି। ଶ୍ରୀମନ୍ଦିରରୁ ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ ଏହି ଅଖ ସଂଯୋଗ କାର୍ଯ୍ୟ କରାଯାଇଥିଲା। ପ୍ରତ୍ୟେକ ରଥର ୨ ଟି ଲେଖାଏଁ ଚକରେ ଅଖ ସଂଯୋଗ କରାଯାଇଥିବା ବେଳେ ଆଗକୁ ସମୁଦାୟ ୪୨ଟି ଚକ ଓ ୨୧ ଟି ଅଖର କାର୍ଯ୍ୟ ଆରମ୍ଭ କରାଯିବ।

ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କରାଯାଇଥିବା ବେଳେ ଆଜି ରଥର ଚକ ଓ ଅଖ ସଂଯୋଗର ଅନୁକୂଳ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପୂଜାପଣ୍ତାମାନେ ୩ ରଥ ପାଇଁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ବିଶ୍ଵକର୍ମା ମହାରଣା ମାନେ ନିର୍ମାଣ କରିଥିବା ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ସହ ଅଖର ସଂଯୋଗ କରିଥିଲେ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଅନୁକୂଳ କାର୍ଯ୍ୟ ସଂପନ୍ନ ହୋଇଥିଲା।

ମହାପ୍ରଭୁଙ୍କ ରଥ ନିର୍ମାଣ ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଶୃଙ୍ଖଳିତ ଭାବେ ହେବା ନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ। ଆସନ୍ତା ଶୀତଳ ଷଷ୍ଠୀ ପରଦିନ ୩ ଟି ଯାକ ରଥର ସମସ୍ତ ୪୨ ଟି ଚକ ସଂପନ୍ନ କରାଯିବାର ବିଧି ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ୩ ରଥର ସମସ୍ତ ମହାରଣା ମାନେ ପ୍ରସ୍ତୁତି କରୁଥିବା କହିଛନ୍ତି। ଦୀର୍ଘ ଦୁଇବର୍ଷ ପରେ ରଥଖଳାକୁ ଆଜ୍ଞାମାଳ ବିଜେ ସହ ରଥ ନିର୍ମାଣ କାର୍ଯ୍ୟର ଚକ ଅଖ ଡେରା ନୀତି ଦେଖିବାକୁ ଭକ୍ତଙ୍କ ବେଶ ଭିଡ଼ ଜମିଥିଲା।

Related story