ରଥଯାତ୍ରା ଅବସରରେ ବାଲୁକା କଳା ମାଧ୍ୟମରେ ଶହେଟି ରଥ ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଓଦା ବାଲିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶହେଟି ବାଲୁକା ରଥ ତିଆରି କରିଥିବା ବେଳେ ସ୍ୟାଣ୍ଡ ଆନିମେଟର ମାନସ ସାହୁ ଝୁରା ବାଲିରେ ନିଖୁଣ ଅଙ୍ଗୁଳି ଚାଳନା କରି ତିଆରି କରିଛନ୍ତି ପ୍ରାମାଣିକ ଚିତ୍ର ରଥ କାହାଣୀ। ସୁଦର୍ଶନ ତିଆରି କରିଥିବା ଶହେଟି ବାଲୁକା ରଥ ମଧ୍ୟରେ ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ୱଜ ରହିଛି। ଏହି ରଥରେ କଳାଠାକୁର ବିଜେ କରିଥିବା ଦୃଶ୍ୟ ରହିଛି। ବାଲୁକା ରଥରେ ଭକ୍ତଙ୍କ […]

puri

Rakesh Mallick
  • Published: Tuesday, 05 July 2016
  • , Updated: 05 July 2016, 11:47 AM IST

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଓଦା ବାଲିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶହେଟି ବାଲୁକା ରଥ ତିଆରି କରିଥିବା ବେଳେ ସ୍ୟାଣ୍ଡ ଆନିମେଟର ମାନସ ସାହୁ ଝୁରା ବାଲିରେ ନିଖୁଣ ଅଙ୍ଗୁଳି ଚାଳନା କରି ତିଆରି କରିଛନ୍ତି ପ୍ରାମାଣିକ ଚିତ୍ର ରଥ କାହାଣୀ। ସୁଦର୍ଶନ ତିଆରି କରିଥିବା ଶହେଟି ବାଲୁକା ରଥ ମଧ୍ୟରେ ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ୱଜ ରହିଛି। ଏହି ରଥରେ କଳାଠାକୁର ବିଜେ କରିଥିବା ଦୃଶ୍ୟ ରହିଛି। ବାଲୁକା ରଥରେ ଭକ୍ତଙ୍କ ପାଇଁ ରଥ ଦଉଡି ବି କରାଯାଇଛି। ଘୋଷଯାତ୍ରା ଅବସରରେ ପୁରୀରେ ଏଭଳି ଆକର୍ଷଣୀୟ ବାଲି ରଥ ନିର୍ମାଣ କରି  ଭକ୍ତ ଓ ଦେଖଣାହାରୀଙ୍କ ମନ କିଣିବାକୁ ଚେଷ୍ଟା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହାକୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ବୁଲି ଦେଖିଛନ୍ତି।

ପବିତ୍ର ଅକ୍ଷୟ ତୃତୀୟାରୁ ବିଶ୍ୱ ନିୟନ୍ତାଙ୍କୁ ହୃଦୟରେ ଜପି ଜପି ମହାରଣା ଓ ଭୋଇ ସେବାୟତମାନେ କେମିତି ଖରା ବରଷାକୁ ଖାତିର ନକରି  ରଥ ନିର୍ମାଣରେ ନିମଗ୍ନ ଥାଆନ୍ତି ତାକୁ ଅତି ନିଖୁଣ ଭାବେ ଚିତ୍ରଣ କରିଛନ୍ତି ସ୍ୟାଣ୍ଡ ଆନିମେଟର ମାନସ ସାହୁ। ରଥ ଅନୁକୂଳଠୁ ରଥରେ ମହାବାହୁଙ୍କ ବିଜେ ଯାଏଁ  ସବୁ କିଛି ସ୍ଥାନିତ ହୋଇଛି ଏହି ସାଢ଼େ ତିନି ମିନିଟ୍ ଅବଧିର ଡକ୍ୟୁମେଣ୍ଟାରୀରେ।

Related story