ରାୟଗଡ଼ା ଜେଲ୍‌ରେ ବିଚାରାଧୀନ କଏଦୀଙ୍କୁ ସଂଘବଦ୍ଧ ଆକ୍ରମଣ

ରାୟଗଡ଼ା: ରାୟଗଡ଼ା ଉପ-କାରାଗାରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କୁ ଅନ୍ୟ ଚାରି ଜଣ କଏଦୀ ସଂଘବଦ୍ଧ ହୋଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଉକ୍ତ କଏଦୀ ଜଣଙ୍କ ଆହତ ହୋଇଛନ୍ତି। ତାଙ୍କ ନାଁ ତୀର୍ଥ କୁମାର ସାହୁ। ତାଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ଦୁଇ ଦିନ ତଳେ ଏକ ଗୋ-ଚାଲାଣ ଘଟଣାରେ ଗିରଫ ହୋଇଥିବା ତୀର୍ଥ ଆଜି ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ […]

rayagada-su-jail

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 06:41 AM IST

[caption id="attachment_77895" align="alignleft" width="300"] ଆକ୍ରମଣରେ ଆହତ ବିଚାରାଧୀନ କଏଦୀ ତୀର୍ଥ କୁମାର ସାହୁ[/caption]

ରାୟଗଡ଼ା: ରାୟଗଡ଼ା ଉପ-କାରାଗାରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କୁ ଅନ୍ୟ ଚାରି ଜଣ କଏଦୀ ସଂଘବଦ୍ଧ ହୋଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଉକ୍ତ କଏଦୀ ଜଣଙ୍କ ଆହତ ହୋଇଛନ୍ତି। ତାଙ୍କ ନାଁ ତୀର୍ଥ କୁମାର ସାହୁ। ତାଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।

ଦୁଇ ଦିନ ତଳେ ଏକ ଗୋ-ଚାଲାଣ ଘଟଣାରେ ଗିରଫ ହୋଇଥିବା ତୀର୍ଥ ଆଜି ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ କିଛି ସରକାରୀ ଅଧିକାରୀଙ୍କ ବିରୋଧରେ ପ୍ରିଜନର ପିଟିସନ୍ ଦେଇ ଫେରୁଥିବା ବେଳେ ୪ ଜଣ କଏଦୀ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ତୀର୍ଥକୁମାର ଆହତ ହୋଇଥିଲେ। ଖବର ପାଇ ଜେଲ୍ କର୍ତ୍ତୃପକ୍ଷ ପୋଲିସ୍‌କୁ ଖବର ଦେଇଥିଲେ। ତା’ପରେ ଆହତ ତୀର୍ଥ କୁମାରଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ରାୟଗଡ଼ା ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ ରାଜ କିଶୋର ନାୟକ କହିଛନ୍ତି,“ଆଜି ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ତୀର୍ଥ କୁମାର କିଛି ସରକାରୀ ଅଧିକାରୀଙ୍କ ବିରୋଧରେ ପ୍ରିଜନର ପିଟିସନ୍ ଦେଇ ଫେରିଲା ବେଳେ କିଛି କଏଦୀ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।”

ଆହତ ତୀର୍ଥ କୁମାର କହିଛନ୍ତି,“ ମୁଁ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ ଓ ଡିଏସ୍‌ପିଙ୍କ ନାଁରେ ଆଇଆଇସିଙ୍କୁ ଏଫ୍‌ଆଇଆର୍ ଦେଇଥିଲି। କିନ୍ତୁ ସେ ରଖି ନ ଥିଲେ। ତେଣୁ ମୁଁ ଆଜି ଏକ ପ୍ରିଜନର ପିଟିସନ୍ ଦାଖଲ କରିଛି। ପ୍ରିଜନର ପିଟିସନ୍‌ଟିକୁ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଦେଇ ଫେରୁଥିବା ବେଳେ ୪ ଜଣ କଏଦୀ ମୋତେ ଅଟକାଇ ଥିଲେ ଓ ସେମାନଙ୍କ ନାଁରେ କ’ଣ ଲେଖିକି ଦେଇଛି ବୋଲି ମୋତେ ପଚାରିଥିଲ। ସେମାନଙ୍କୁ କେହି କହିଛି ଯେ ମୁଁ ସେମାନଙ୍କ ନାଁରେ କିଛି ଅଭିଯୋଗ କରିଛି। ସେମାନଙ୍କ ନାଁରେ କିଛି ଲେଖି ଦେଇ ନାହିଁ ବୋଲି କହିବା ସତ୍ତ୍ୱେ ସେମାନେ ପ୍ରଥମେ କାଠଫାଳିଆରେ ପିଟିଲେ। ତା’ପରେ ତଳେ ପକାଇ ଦେଇ ପିଟିଲେ।”

Related story