ରାୟଗଡ଼ା: ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କୁ ବିରୋଧ କରି ଲାଗିଲା ମାଓ ପୋଷ୍ଟର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ୱାଦଳା ଥାନା ଅନ୍ତର୍ଗତ ଜଗଦଲପୁର ଗାଁର ବିଭିନ୍ନ ସ୍ଥାନରେ ଆଜି ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ବିରୋଧ କରାଯିବା ସହ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି। ବେଦାନ୍ତ କମ୍ପାନୀ ଓ କଳାହାଣ୍ଡିରେ ବେଦାନ୍ତ ସହଯୋଗରେ ନିର୍ମାଣ ହେବାକୁ ଥିବା ମେଡିକାଲ କଲେଜକୁ ମାଓ ସଙ୍ଗଠନ ବିରୋଧ କରିଛି। ସିପିଆଇ ମାଓବାଦୀ, ବଂଶଧାରା-ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହି […]

mao

Rakesh Mallick
  • Published: Thursday, 01 September 2016
  • , Updated: 02 September 2016, 07:35 AM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ୱାଦଳା ଥାନା ଅନ୍ତର୍ଗତ ଜଗଦଲପୁର ଗାଁର ବିଭିନ୍ନ ସ୍ଥାନରେ ଆଜି ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ବିରୋଧ କରାଯିବା ସହ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି। ବେଦାନ୍ତ କମ୍ପାନୀ ଓ କଳାହାଣ୍ଡିରେ ବେଦାନ୍ତ ସହଯୋଗରେ ନିର୍ମାଣ ହେବାକୁ ଥିବା ମେଡିକାଲ କଲେଜକୁ ମାଓ ସଙ୍ଗଠନ ବିରୋଧ କରିଛି।

ସିପିଆଇ ମାଓବାଦୀ, ବଂଶଧାରା-ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।

ପୋଲିସ୍‌ ପୋଷ୍ଟର ଗୁଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।

Related story