ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକୋଣା ଗାଁର ଆମ୍ୱେଦକର ଇଂଲିଶ ମିଡିୟମ୍‌ ସ୍କୁଲର ଶିକ୍ଷୟିତ୍ରୀ ପ୍ରମିଳା ଦଣ୍ଡସେନା ଗତକାଲି ରାତିରେ ମାତ୍ରାଧିକ ଔଷଧ ସେବନ କରି ଗୁରୁତର ଅସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ପ୍ରମିଳା ରହୁଥିବା ଘର ଯାଞ୍ଚ କରି କିଛି ବଟିକା ଜବତ କରିଛି। କେଉଁ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣାପଡ଼ିନି। ଗତକାଲି ରାତି ୯ଟା ବେଳେ ଶିକ୍ଷୟିତ୍ରୀ […]

rayagada

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 05:53 PM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକୋଣା ଗାଁର ଆମ୍ୱେଦକର ଇଂଲିଶ ମିଡିୟମ୍‌ ସ୍କୁଲର ଶିକ୍ଷୟିତ୍ରୀ ପ୍ରମିଳା ଦଣ୍ଡସେନା ଗତକାଲି ରାତିରେ ମାତ୍ରାଧିକ ଔଷଧ ସେବନ କରି ଗୁରୁତର ଅସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ପ୍ରମିଳା ରହୁଥିବା ଘର ଯାଞ୍ଚ କରି କିଛି ବଟିକା ଜବତ କରିଛି। କେଉଁ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣାପଡ଼ିନି।

ଗତକାଲି ରାତି ୯ଟା ବେଳେ ଶିକ୍ଷୟିତ୍ରୀ ପ୍ରମିଳା ରହୁଥିବା ଘରର କବାଟ ବନ୍ଦ କରିଦେଇଥିଲେ। ଅନ୍ତେବାସୀ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ। ପ୍ରାୟ ଅଧଘଣ୍ଟାଏ ପରେ ସେ କବାଟ ଖୋଲି ସଂଜ୍ଞା ହରାଇ ପଡ଼ି ଯାଇଥିଲେ। ସ୍କୁଲ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Related story