Advertisment

ଟଙ୍କା ପାଇଁ ବଳି ପଡ଼ିଗଲେ ଝରାଫୁଲ

ଯାଜପୁର(ଓଡ଼ିଶା ରିପୋର୍ଟର): ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରିଥିଲା ରାକେଶ ସ୍ୱାଇଁ। ପଇସା ଫେରାଇବା ବାହାନାରେ ଏକ ହୋଟେଲକୁ ନେଇ ଜବରଦସ୍ତି ମଦ୍ୟପାନ କରାଇଥିଲା । ପରେ ତଣ୍ଟି ଚିପି ମାରିଦେଲା। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇ ଝରାଫୁଲ ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଯାଜପୁର ଏସ୍‌ପି। ଯାଜପୁର ଏସ୍‌ପି ରାହୁଲ ପିଆର ଦେଇଥିବା ତଥ୍ୟ ଅନୁଯାୟୀ, ମାତ୍ର  ୩୦ ହଜାର ଟଙ୍କା ପାଇଁ  ରାକେଶ ସ୍ୱାଇଁ ହିଁ ଝରାଫୁଲକୁ ହତ୍ୟା କରିଥିଲା। […]

ଅଦ୍ୟତନ ହୋଇଛି
ଟଙ୍କା ପାଇଁ ବଳି ପଡ଼ିଗଲେ ଝରାଫୁଲ

jharaphula

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର): ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରିଥିଲା ରାକେଶ ସ୍ୱାଇଁ। ପଇସା ଫେରାଇବା ବାହାନାରେ ଏକ ହୋଟେଲକୁ ନେଇ ଜବରଦସ୍ତି ମଦ୍ୟପାନ କରାଇଥିଲା । ପରେ ତଣ୍ଟି ଚିପି ମାରିଦେଲା। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇ ଝରାଫୁଲ ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଯାଜପୁର ଏସ୍‌ପି।

Advertisment

ଯାଜପୁର ଏସ୍‌ପି ରାହୁଲ ପିଆର ଦେଇଥିବା ତଥ୍ୟ ଅନୁଯାୟୀ, ମାତ୍ର  ୩୦ ହଜାର ଟଙ୍କା ପାଇଁ  ରାକେଶ ସ୍ୱାଇଁ ହିଁ ଝରାଫୁଲକୁ ହତ୍ୟା କରିଥିଲା। ଏସ୍‌ପି ଦେଇଥିବା ସୂଚନା ଅନୁଯାୟୀ, ବାଇକ୍‌ କିଣିବା ପାଇଁ ଝରାଫୁଲଠାରୁ ୩୦ ହଜାର ଟଙ୍କା ନେଇଥିଲା ରାକେଶ। ପଇସା ଫେରାଇବା ପାଇଁ ଦିନ ଗଡ଼ାଇବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଟଙ୍କା ନଦେଲେ ଘରକୁ ଯାଇ କହିବ ବୋଲି ମଧ୍ୟ ଝରାଫୁଲ ରାକେଶକୁ ଚେତାବନୀ ଦେଇଥିଲା।

ଏହା ପରେ ମନେ ମନେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିବା ରାକେଶ ଟଙ୍କା ଦେବା ବାହାନାରେ ଝରାଫୁଲକୁ ଡକାଇଥିଲା। ଭୁବନେଶ୍ୱରକୁ ଏକ ଜନ୍ମଦିନ ପାର୍ଟିକୁ ଆସିଥିବା ଝରାଫୁଲକୁ ଅଟକାଇଥିଲା ରାକେଶ। ଏହାପରେ ୨୬ ତାରିଖରେ ଏକ ଓୟୋ ହୋଟେଲକୁ ନେଇଯାଇ  ସେଠାରେ ବଳପୂର୍ବକ ମଦ ପିଆଇଥିଲା । ମଦ ପିଇ ଚେତାଶୂନ୍ୟ ହେଲା ପରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା।

Advertisment

ପରେ ଉଭୟ ସହଯୋଗୀଙ୍କୁ ଡାକି ଶବ ଫିଙ୍ଗିବା ବ୍ୟବସ୍ଥା କରିଥିଲା ରାକେଶ। ଘଟଣାରେ ରାକେଶ ସହ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି। ରିମାଣ୍ଡରେ ଆଣି ସେମାନଙ୍କୁ ଅଧିକ ପଚରାଉଚରା କରାଯିବ ବୋଲି କହିଛନ୍ତି ଏସ୍‌ପି । ମାମଲାର ଚାର୍ଜସିଟ୍ ଖୁବ୍ ଶୀଘ୍ର କରାଯିବ ବୋଲି ସେ କହିଛନ୍ତି  ।

ସୂଚନାଯୋଗ୍ୟ, ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁଙ୍କୁ  ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ୍‌।

ପ୍ରଥମେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା ବେଳେ କିଛି ଦିନ ପୂର୍ବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିଲା। ତେବେ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ନେଇ ଫିଙ୍ଗିବାରେ ସହଯୋଗ କରିଥିଲା ଶେଖର। ସେହିପରି ରାକେଶ ଏବଂ ଝରାଫୁଲଙ୍କ ପାଇଁ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିଲା ଅମରେଶ।

ସେ ଝରାଫୁଲ ଓ ରାକେଶକୁ ଜାନୁୟାରୀ ୨୬ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଧର୍ମବିହାରର ଶିବସାଇ ଗେଷ୍ଟହାଉସରେ ୨୦୧ ନମ୍ବର ରୁମ୍‍ରେ ରଖାଇବାର ବ୍ୟବସ୍ଥା କରିଥିଲା।  ସେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁର ସାଙ୍ଗ ଓ ଉଭୟ ଗୋଟିଏ ଗାଁର। ଏବେ ତୃତୀୟ ଅଭିଯୁକ୍ତ ଧରାପଡ଼ିଥିବାରୁ ଝରାଫୁଲର ମୃତ୍ୟୁର ପ୍ରକୃତ ଗୁମର ଖୋଲିବ ବୋଲି କୁହାଯାଉଛି।

Jharaphula Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe