Advertisment

ମାଟ୍ରିକ୍‌ ଅଫ୍‌ଲାଇନ୍ ପରୀକ୍ଷା: ରେଗୁଲାର ପରୀକ୍ଷାର୍ଥୀଙ୍କୁ ଦିଆଗଲା ୨୦୧୪ର ଏକ୍ସରେଗୁଲାର ପ୍ରଶ୍ନପତ୍ର

କଟକ (ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ପରୀକ୍ଷା ଦେଉଛନ୍ତି। ତେବେ ଆଜି କଟକ ବୋର୍ଡ ହାଇସ୍କୁଲ୍‌ରେ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା। ଏଠାରେ ରେଗୁଲାର ପିଲାଙ୍କୁ ଦିଆଯାଇଥିଲା ୨୦୧୪ର ଏକ୍ସରେଗୁଲାର ପ୍ରଶ୍ନପତ୍ର। ପରେ ସେମାନଙ୍କୁ ନୂଆ ପ୍ରଶ୍ନପତ୍ର ଦିଆଯାଇଥିଲା। ରେଗୁଲାର ପରୀକ୍ଷାର୍ଥୀ ଏକ୍ସ-ରେଗୁଲାର ବିଷୟରେ ଓ ଏକ୍ସ-ରେଗୁଲାର ପରିକ୍ଷାର୍ଥୀ ରେଗୁଲାର ଓଲଟ ପାଲଟ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଥିବା ଅଭିଯୋଗ ସାମ୍ମାନାକୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ସ୍ଥଗିତ ହେଲା JEE ମେନ୍‌

exam

କଟକ (ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ପରୀକ୍ଷା ଦେଉଛନ୍ତି। ତେବେ ଆଜି କଟକ ବୋର୍ଡ ହାଇସ୍କୁଲ୍‌ରେ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା। ଏଠାରେ ରେଗୁଲାର ପିଲାଙ୍କୁ ଦିଆଯାଇଥିଲା ୨୦୧୪ର ଏକ୍ସରେଗୁଲାର ପ୍ରଶ୍ନପତ୍ର। ପରେ ସେମାନଙ୍କୁ ନୂଆ ପ୍ରଶ୍ନପତ୍ର ଦିଆଯାଇଥିଲା। ରେଗୁଲାର ପରୀକ୍ଷାର୍ଥୀ ଏକ୍ସ-ରେଗୁଲାର ବିଷୟରେ ଓ ଏକ୍ସ-ରେଗୁଲାର ପରିକ୍ଷାର୍ଥୀ ରେଗୁଲାର ଓଲଟ ପାଲଟ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଥିବା ଅଭିଯୋଗ ସାମ୍ମାନାକୁ ଆସିଥିଲା। ୨୦ ରୁର୍ଦ୍ଧ୍ୱ ପରିକ୍ଷାର୍ଥୀ ଭୁଲ୍‌ ପ୍ରଶ୍ନରେ ପରୀକ୍ଷା ଦେଇଛନ୍ତି

Advertisment

ପୂର୍ବ ନିର୍ଦ୍ଦାରିତ ସମୟ ଅନୁସାରେ ଦିନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଆଜି ଥିଲା ସାଧାରଣ ବିଜ୍ଞାନ ବିଷୟ। ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଅବଜେଟିଭ ପ୍ରଶ୍ନପତ୍ର ପାଇଥିଲେ ପରିକ୍ଷାର୍ଥୀ। ପ୍ରଶ୍ନ ତ୍ରୁଟିଥିବା ଜାଣିବା ପରେ ପ୍ରଶ୍ନପତ୍ର ମୁଖ୍ୟ ପେପରରେ ଏକ୍ସ-ରେଗୁଲାର ଲେଖାଯାଇଥିବା ଦେଖିବାକୁ ପାଇଥିଲେ ଛାତ୍ରଛାତ୍ରୀ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ନିଜର ତ୍ରୁଟି ଜାଣିବା ପରେ ସଙ୍ଗେ ସଙ୍ଗେ ସଠିକ ସବ୍‌ଜେଟିଭ୍‌ ପେପର ପରିକ୍ଷାର୍ଥୀଙ୍କୁ ପ୍ରଦାନ କରିଥିଲେ। ତେବେ ୧୨ଟା ସମୟରେ ପରୀକ୍ଷା ଶେଷ ହେବା ବଦଳରେ ଆଜି ଦିନ ୧ଟାରେ ପରୀକ୍ଷା ସରିଥିଲା। ଅଧିକ ଏକଘଣ୍ଟା ପୁଣି ସଠିକ ସବ୍‌ଜେଟିଭ ବିଷୟରେ ପରୀକ୍ଷା ଦେଇଥିଲେ ପରିକ୍ଷାର୍ଥୀ। ତେବେ ଦୁଇ ଦୁଇ ଥର ଅବଜେଟିଭ ଉତ୍ତର ଦେଇଥିବାରୁ ଏବେ ଦ୍ୱନ୍ଦରେ ପଡ଼ିଯାଇଥିଲେ ଛାତ୍ରଛାତ୍ରୀ।

ସେପଟେ ଅଭିଭାବକମାନେ ପ୍ରଶ୍ନପତ୍ର ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି। ଏସବୁ ଭିତରେ ସମ୍ପୃକ୍ତ ବୋର୍ଡ ହାଇସ୍କୁଲ ପ୍ରଧାନଶିକ୍ଷକ ନିଜର ଭୁଲକୁ ସ୍ୱୀକାର କରିଥିବା ବେଳେ ୨୦ ଜଣ ପରିକ୍ଷାର୍ଥୀଙ୍କ କ୍ଷେତ୍ରରେ ପ୍ରଶ୍ନପତ୍ର ଅଦଳବଦଳ ହୋଇଥିବା କଥାକୁ ମାନିଛନ୍ତି।

Advertisment

ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି। ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ଏମାନେ ସମସ୍ତେ ପୂର୍ବରୁ ପ୍ରକାଶିତ ପରୀକ୍ଷା ଫଳରେ ଅସନ୍ତୋଷ ପ୍ରକାଶ କରି ପରୀକ୍ଷା ଦେଉଛନ୍ତି।

ସୂଚନାଯୋଗ୍ୟ, କରୋନା ଯୋଗୁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା କରାଯାଇ ନଥିଲା। ବିକଳ୍ପ ବ୍ୟବସ୍ଥା ଯୋଗେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ତେବେ ଯେଉଁମାନେ ଫଳାଫଳରେ ସନ୍ତୁଷ୍ଟ ନ ହେବେ, ସେମାନେ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା।

Odisha 10th Board Exam Matric Exam