ରେଞ୍ଜଡା ରେଲୱେ ସାଉଡିଂରେ ଖଣିଜଦ୍ରବ୍ୟ ପୋତା ଘଟଣା: ଆଇବିଏମ୍ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ-ଆଇବିଏମ୍ ସୁନ୍ଦରଗଡ଼ ରେଞ୍ଜଡା ରେଲୱେ ସାଇଡିଂ ମାଟି ତଳେ ଖଣିଜ ପଦାର୍ଥ ଲୁଚାଇ ରଖାଯାଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ଆଇବିଏମର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ରେଲୱେ ସାଇଡିଂ ନିକଟରେ ଖଣି ମାଫିଆମାନେ ବିପୁଳ ପରିମାଣର ଖଣିଜ ପଦାର୍ଥ ଲୁଚାଇ ରଖିଥିବା ସନ୍ଦେହ ପ୍ରକାଶ କରିଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ସେ ସ୍ଥାନୀୟ ଡିଡିଏମଙ୍କ ଯାଞ୍ଚରେ ଅସନ୍ତୋଷ ପ୍ରକାଶ କରିବା […]

ibm

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 01:39 PM IST

ସୁନ୍ଦରଗଡ଼: ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ-ଆଇବିଏମ୍ ସୁନ୍ଦରଗଡ଼ ରେଞ୍ଜଡା ରେଲୱେ ସାଇଡିଂ ମାଟି ତଳେ ଖଣିଜ ପଦାର୍ଥ ଲୁଚାଇ ରଖାଯାଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ଆଇବିଏମର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ରେଲୱେ ସାଇଡିଂ ନିକଟରେ ଖଣି ମାଫିଆମାନେ ବିପୁଳ ପରିମାଣର ଖଣିଜ ପଦାର୍ଥ ଲୁଚାଇ ରଖିଥିବା ସନ୍ଦେହ ପ୍ରକାଶ କରିଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ସେ ସ୍ଥାନୀୟ ଡିଡିଏମଙ୍କ ଯାଞ୍ଚରେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗତ ୮ ତାରିଖରେ କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖି ଥିଲେ। ପରେ କେନ୍ଦ୍ର ଖଣି ମନ୍ତ୍ରୀ ଅଭିଯୋଗର ଆଇବିଏମ୍ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ରେଲୱେ ସାଇଡିଂ ନିକଟରେ ମାଫିଆମାନେ ଏହି ଖଣିଜ ପଥରକୁ ଲୁଚାଇଥିବା ସନ୍ଦେହ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ସ୍ଥାନୀୟ ଡିଡିଏମଙ୍କ ପକ୍ଷରୁ ଏହାର ଯାଞ୍ଚ କରାଯାଥିଲା। ମାତ୍ର ଯାଞ୍ଚ ସନ୍ତୋଷଜନକ ନ ଥିବା ଅଭିଯୋଗ କରି ଜୁଏଲ ଏହାର ଉପଯୁକ୍ତ ତଦନ୍ତ ପାଇଁ ଗତ ୮ ତାରିଖରେ କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏଠାରେ କୌଣସି ଖଣିଜପଥର ପୋତାଯାଇ ନ ଥିବା ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ ମଲ୍ଲିକ ସେତେବେଳେ କହିଥିଲେ। ସେ କହିଥିଲେ କୋଇଡ଼ା ଡିଡିଏମ୍ ଓ ମାଇନିଂ ଇନସ୍ପେକ୍ଟରଙ୍କୁ ନେଇ ଗଠିତ ରାଜ୍ୟ ଟାସ୍କ ଫୋର୍ସ ସ୍କ୍ୱାର୍ଡ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲା । ହେଲେ ସେଠାରେ କିଛି ମିଳି ନ ଥିଲା। ଏହାକୁ ଚାଲେଞ୍ଜ କରି ଜୁଏଲ ଅଭିଯୋଗ ମିଥ୍ୟା ହୋଇଥିଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ। ଗତ ୧୩ ତାରିଖରେ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ।।

Related story