Advertisment

ଅଧାରେ ରହିଲା ଦ୍ୱିତୀୟ ସୂର୍ଯ୍ୟ ମନ୍ଦିରର ସ୍ୱପ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଅଧାରେ ରହିଲା ଦ୍ୱିତୀୟ ସୂଯର୍ୟମନ୍ଦିରର ସ୍ୱପ୍ନ । କାରଣ ସେହି ସ୍ୱପ୍ନ ଦେଖିଥିବା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଉ ନାହାଁନ୍ତି ଇହ ଜଗତରେ। ଆଜି ୭୮ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ତାଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ଏନେଇ ସୂଚନା ଦେଇଛନ୍ତି । ଗତ ୨୨ ତାରିଖରୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ରଘୁନାଥ ।  କିନ୍ତୁ ଆଜି ତାଙ୍କର ବିୟୋଗ ହୋଇଯାଇଛି । […]

ଅଦ୍ୟତନ ହୋଇଛି
ଅଧାରେ ରହିଲା ଦ୍ୱିତୀୟ ସୂର୍ଯ୍ୟ ମନ୍ଦିରର ସ୍ୱପ୍ନ

jhik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଅଧାରେ ରହିଲା ଦ୍ୱିତୀୟ ସୂଯର୍ୟମନ୍ଦିରର ସ୍ୱପ୍ନ । କାରଣ ସେହି ସ୍ୱପ୍ନ ଦେଖିଥିବା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଉ ନାହାଁନ୍ତି ଇହ ଜଗତରେ। ଆଜି ୭୮ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ତାଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ଏନେଇ ସୂଚନା ଦେଇଛନ୍ତି । ଗତ ୨୨ ତାରିଖରୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ରଘୁନାଥ ।  କିନ୍ତୁ ଆଜି ତାଙ୍କର ବିୟୋଗ ହୋଇଯାଇଛି । ପୁରୀର ପଥୁରିଆ ସାହିରେ ଜନ୍ମିତ ଏହି ଭାସ୍କଅର୍ଯ୍ୟ ଶିଳ୍ପୀ ଭୁବନେଶ୍ୱର ଆସି ଓଡ଼ିଶା ସରକାରଙ୍କ  ହସ୍ତକଳା ତାଲିମ ଏବଂ ଡିଜାଇନ ସେଣ୍ଟରରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ଖୁବ  କମ୍ ବୟସରୁ ପ୍ରତିଷ୍ଠା ଲାଭ କରିଥିବା ରଘୁନାଥ ପ୍ରଥମେ ପଦ୍ମଶ୍ରୀ, ପରେ ପଦ୍ମଭୁଷଣ ଏବଂ ତାପରେ ଅର୍ଥାତ ୨୦୧୩ରେ ପଦ୍ମବିଭୁଷଣ ସହ ଏକାଧିକ ଥର ଜାତୀୟସ୍ତରରେ ପୁରସ୍କୃତ ହୋଇ ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି। ୨୦୧୮ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।

Advertisment

ଏମ୍ସରେ ଚିକିତ୍ସାଧିନ ଥିବାବେଳେ ତାଙ୍କ ପୁଅଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ତେବେ ରଘୁନାଥଙ୍କ ବିୟୋଗରେ ଖାଲି ରାଜ୍ୟ ନୁହେଁ ଦେଶବ୍ୟାପୀ ଶୋକ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଘୁନାଥଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିବା ସହ ଟ୍ୱିଟ୍‌ କରି ପାରମ୍ପରିକ ଭାସ୍କର୍ଯ୍ୟ କଳାକୁ ଲୋକପ୍ରିୟ କରାଇବାରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଏ ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ । ନିଜ ଭାସ୍କର୍ଯ୍ୟପାଇଁ ରଘୁନାଥ ସର୍ବଦା ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରଘୁନାଥଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଓଡ଼ିଶାର କଳା, ଐତିହ୍ୟକୁ ସମୃଦ୍ଧ କରିବାରେ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ସେହିପରି ରଘୁନାଥଙ୍କ ବିୟୋଗରେ ଶୋକପ୍ରକାଶ କରି ଧର୍ମେନ୍ଦ୍ର କହିଛନ୍ତି ଓଡିଶାର କଳା, ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରକୁ ନେଇ ସେ ଗୌରବାନ୍ବିତ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିସାରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍‌ କରି ରଘୁନାଥଙ୍କ ବିୟୋଗ ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି । ରଘୁନାଥ ବିଶ୍ୱସ୍ତରରେ ଖ୍ୟାତିସଂପନ୍ନ ଓ ଓଡ଼ିଶାର ଗୌରବ ଥିଲେ ବୋଲି ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ବୈଜୟନ୍ତ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ତାଙ୍କ ଶୋକବାର୍ତ୍ତାରେ ଭାରତ ଜଣେ ଉଜ୍ଜଳ ପ୍ରତିଭାଙ୍କୁ ହରାଇଲା ବୋଲି କହିଛନ୍ତି।

Raghunath Mohapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe