ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶ ପାଳନ କରିବ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଚାରିଆଡ଼େ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ୍ ପାଇଁ ସୁରକ୍ଷା ଦୃଷ୍ଟିରୁ ଡିସିପିଙ୍କ ନେତୃତ୍ୱରେ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଏଥିସହ ସମସ୍ତ ଜିଲ୍ଲାରେ ମଧ୍ୟ ସୁରକ୍ଷା ବ୍ୟାବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ମାଓ ପ୍ରବଣ ଜିଲ୍ଲାରେ ଗୁଡ଼ିକରେ ଖାନତଲାସିକୁ ଜୋରଦାର କରାଯାଇଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ […]

jhancha in khandhamala

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 09:04 AM IST

ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶ ପାଳନ କରିବ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଚାରିଆଡ଼େ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ୍ ପାଇଁ ସୁରକ୍ଷା ଦୃଷ୍ଟିରୁ ଡିସିପିଙ୍କ ନେତୃତ୍ୱରେ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଏଥିସହ ସମସ୍ତ ଜିଲ୍ଲାରେ ମଧ୍ୟ ସୁରକ୍ଷା ବ୍ୟାବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ମାଓ ପ୍ରବଣ ଜିଲ୍ଲାରେ ଗୁଡ଼ିକରେ ଖାନତଲାସିକୁ ଜୋରଦାର କରାଯାଇଛି।

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ୍‌ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ ଓ ଖାନତଲାସି କରୁଛି।  ଜିଲ୍ଲାରେ ଯେପରି କୌଣସି ଅପ୍ରିତୀକର ପରିସ୍ଥିତି ନଉପୁଜେ ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କନ୍ଧମାଳ ଏସ୍‌ପି ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ମାଓ ପ୍ରବଣ ଗଜପତି ଜିଲ୍ଲାରେ ମଧ୍ୟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଏସ୍‌ପି କହିଛନ୍ତି। କମ୍ୱିଂ ଅପରେସନ୍‌ ସହ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ପାରଳାଖେମୁଣ୍ଡିରେ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ୫ ପ୍ଲାଟୁନ୍‌ ଫୋର୍ସ, ୬ ଜଣ ଇନ୍ସପେକ୍ଟର, ୨ ଜଣ ଅତିରିକ୍ତ ଏସ୍‌ପି ଓ ଅନ୍ୟ ଅଧିକାରୀଙ୍କୁ ମୁତୟନ କରାଯିବ। ଆନ୍ତଃରାଜ୍ୟ ସୀମାରେ  ଚେକ୍ ପୋଷ୍ଟ ଓ ନାକାବନ୍ଦୀ କରାଯାଇ ଗାଡ଼ି ଯାଞ୍ଚ କରାଯାଉଥିବା ଏସ୍‌ପି କହିଛନ୍ତି।

Related story