ଗୋଚର ଜମି ଚିହ୍ନଟ ଦାବିରେ ଗୁଡାରୀ ତହସିଲ ଘେରାଉ

Ordigital Desk
  • Published: Wednesday, 06 September 2017
  • , Updated: 06 September 2017, 03:24 PM IST
<p>ଗୁଣପୁର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ତହସିଲ ଅଫିସ ଆଗରେ ଗୌଡ଼ କୂଳ ସମାଜ ପକ୍ଷରୁ ଧାରଣା ଦିଆଯାଇଛି। ଗୋଚର ଜମି ଚିହ୍ନଟ କରିବା ଦାବିରେ ଗୋରୁଗାଈ ଧରି ଅନଶନରେ ବସିଛନ୍ତି ଲୋକେ।</p> <p>ଗୁଡାରୀ ଅଞ୍ଚଳରେ ଥିବା ବହୁ ଗୋଚର ଓ ଗୁରାଡିଆ ଜମି ମାଫିଆ ଚାଷ କରି ଖାଉଛନ୍ତି। ଫଳରେ ଗାଈଗୋରୁ, ମଇଁଷି ଚରିବା ପାଇଁ ସ୍ଥାନ ମିଳୁ ନଥିବା ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି। ତହସିଲଦାରଙ୍କ ଠାରୁ ଆରମ୍ଭ କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ପାଖେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉ ନଥିବା ଧାରଣାରତ ଗ୍ରାମବାସୀ କହିଛନ୍ତି। ଦାବି ପୂରଣ ନ ହେବା ଯାଏଁ&nbsp; ଅନସନ ଜାରୀ ରହିବ ବେଲି ଚେତାବନୀ ମଧ୍ୟ ଦେଇଛନ୍ତି।</p>

Related story