ଦୁର୍ଗା ପୂଜା ପରି କାଳୀ ପୂଜାରେ ବି ଲାଗୁ ହେବ କଟକଣା

କଟକ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ଚଳିତ ବର୍ଷ ଦୁର୍ଗା ପୂଜାରେ ଲାଗୁ ହୋଇଥିବା କଟକଣା କାଳୀ ପୂଜାରେ ମଧ୍ୟ ଲାଗୁ ହେବ। ବିଧି ରକ୍ଷା ନିମନ୍ତେ କେବଳ ନିରାଡମ୍ବର ଭାବେ ପୂଜା ପାଳନ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଡିସିପିଙ୍କ ତରଫରୁ ମିଳିଥିବା  ସୂଚନା ଅନୁଯାୟୀ, କାଳୀ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବନି। ନାଚ ଗୀତ ଓ ବାଣ […]

kali-cuttack

Niharika Rout
  • Published: Monday, 09 November 2020
  • , Updated: 09 November 2020, 02:08 PM IST

କଟକ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ଚଳିତ ବର୍ଷ ଦୁର୍ଗା ପୂଜାରେ ଲାଗୁ ହୋଇଥିବା କଟକଣା କାଳୀ ପୂଜାରେ ମଧ୍ୟ ଲାଗୁ ହେବ। ବିଧି ରକ୍ଷା ନିମନ୍ତେ କେବଳ ନିରାଡମ୍ବର ଭାବେ ପୂଜା ପାଳନ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ଡିସିପିଙ୍କ ତରଫରୁ ମିଳିଥିବା  ସୂଚନା ଅନୁଯାୟୀ, କାଳୀ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବନି। ନାଚ ଗୀତ ଓ ବାଣ ଫୁଟାଇବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ଭସାଣ ବେଳେ ଶୋଭାଯାତ୍ରା ନେଇ ଅନୁମତି ମିଳିବ ନାହିଁ।

ଭସାଣ ବେଳେ ପ୍ରତି ପୂଜା ସ୍ଥଳିରୁ ସର୍ବାଧିକ ୭ ଜଣ ଭାଗ ନେଇପାରିବେ। ମୂର୍ତ୍ତି ବିସର୍ଜନ ପାଇଁ ୧୧ଟି କୃତ୍ରିମ ପୋଖରୀର ବ୍ୟବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୁଲିସ୍‌ ମୁତୟନ ରହିବେ।

Related story