ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କର ଆଜି ସକାଳ ସାଢ଼େ ୭ଟାରେ ପରଲୋକ ହୋଇଯାଇଛି। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କ ମରଶରୀରକୁ ଓଡ଼ିଶା ଅଣାଯିବା ନେଇ ପ୍ରୟାସ ଚାଲିଥିବା ନେଇ ତାଙ୍କ ସଂପର୍କୀୟ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି। ସ୍ୱର୍ଗତ ଶ୍ରୀ ପଟ୍ଟନାୟକ ୧୯୭୬ ବ୍ୟାଚ୍‌ର ଓଡ଼ିଶା […]

priybratpatnaik

priybratpatnaik

Jitendra Garnayak
  • Published: Tuesday, 21 July 2020
  • Updated: 21 July 2020, 09:12 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କର ଆଜି ସକାଳ ସାଢ଼େ ୭ଟାରେ ପରଲୋକ ହୋଇଯାଇଛି। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ।

ତାଙ୍କ ମରଶରୀରକୁ ଓଡ଼ିଶା ଅଣାଯିବା ନେଇ ପ୍ରୟାସ ଚାଲିଥିବା ନେଇ ତାଙ୍କ ସଂପର୍କୀୟ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି।

ସ୍ୱର୍ଗତ ଶ୍ରୀ ପଟ୍ଟନାୟକ ୧୯୭୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ର ଆଇଏଏସ୍ ଅଫିସର୍ ଥିଲେ। ଜଣେ ଆଇଏଏସ୍ ଅଫିସର ଭାବେ ସେ ଓଡ଼ିଶା ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର ସହ ସମ୍ପାଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos