Advertisment

Vigilance Trap: ତହସିଲ ଅଫିସ ସମ୍ମୁଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ

ଜମି ମାଲିକ ତାଙ୍କ ଆବେଦନ ଅନ୍‌ଲାଇନ୍‌ରେ କରିଥିଲେ। ହେଲେ କାମଟି କରିଦେବା ପାଇଁ ଆରଆଇ ପ୍ରଦ୍ୟୁମ୍ନ କେଶରୀ ବେହେରା ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହା ଶୁଣି ଜମି ମାଲିକ ରାଗି ଯାଇଥିଲେ। ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

author-image
Jitendra Garnayak
RI

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତହସିଲ ଅଧୀନରେ ଥିବା କେରେଡାଗଡ଼ ସର୍କଲର ରାଜସ୍ୱ ନିରୀକ୍ଷକ (RI) ପ୍ରଦ୍ୟୁମ୍ନ କେଶରୀ ବେହେରା। 

Advertisment

ଏକ ମ୍ୟୁଟେସନ ମାମଲାରେ ଜମି ମାଲିକଙ୍କ ସପକ୍ଷରେ ରିପୋର୍ଟ ପ୍ରଦାନ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଅଧିକାରୀମାନଙ୍କ ହାତରେ ଧରାପଡ଼ିଥିଲେ ଆରଆଇ ପ୍ରଦ୍ୟୁମ୍ନ କେଶରୀ ବେହେରା।

ଜମି ମାଲିକ ତାଙ୍କ ଆବେଦନ ଅନ୍‌ଲାଇନ୍‌ରେ କରିଥିଲେ। ହେଲେ କାମଟି କରିଦେବା ପାଇଁ ଆରଆଇ ପ୍ରଦ୍ୟୁମ୍ନ କେଶରୀ ବେହେରା ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହା ଶୁଣି ଜମି ମାଲିକ ରାଗି ଯାଇଥିଲେ। ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହା ପରେ ପ୍ରସ୍ତୁତ ହୋଇଥିଲା ଯୋଜନା। 

Advertisment

ଆଜି ଆରଆଇ ପ୍ରଦ୍ୟୁମ୍ନ କେଶରୀ ବେହେରା ରାଜନଗର ତହସିଲ ଅଫିସ ସମ୍ମୁଖରେ ଜମି ମାଲିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ୫ ହଜାର ଟଙ୍କା ଜବତ କରାଯାଇଥିଲା। 

ଆରଆଇ ପ୍ରଦ୍ୟୁମ୍ନ କେଶରୀ ବେହେରା ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ରେଡ୍ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଚଢ଼ାଉ କରିଛି ଭିଜିଲାନ୍ସ।    

ଏହି ଘଟଣାକୁ ନେଇ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। 

ତିନି ଦିନ ତଳେ ଅର୍ଥାତ୍ ଫେବ୍ରୁଆରୀ ୨୪ ତାରିଖ ରାତିରେ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ କଟକ ସର୍କଲର ଖଣି ଉପନିର୍ଦ୍ଦେଶ ଦେବବ୍ରତ ମହାନ୍ତି। ତା’ପରେ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ପଟିଆର ଶ୍ରୀବିହାର ସ୍ଥିତ ବାସଭବନରୁ ନଗଦ ୪.୨୭ ଲକ୍ଷ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ନଗଦ ଟଙ୍କା ଜବତ କରାଯିବାରେ ଏଯାବତ୍ ଏହା ହେଉଛି ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠୁ ଅଧିକ। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସଂପର୍କରେ ତଥ୍ୟ ଦେବାକୁ ଭିଜିଲାନ୍ସକୁ ଚିଠି ଲେଖିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ।