ଟ୍ରକ୍‌ ପଛରେ ପିଟିହୋଇ ବାଇକ୍‌ ଚାଳକ ମୃତ

Ordigital Desk
  • Published: Wednesday, 07 February 2018
  • , Updated: 07 February 2018, 08:45 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସିଆରପି ଛକ ଓଭରବ୍ରିଜ ଉପରେ ଚିପ୍ସ ବୋଝେଇ ଟ୍ରକ୍ ପଛ ପଟେ ଏକ ବାଇକ ପିଟି ହେବାରୁ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମୃତକଙ୍କ ନାଁ ସମୀର ରାଉତ। ତାଙ୍କ ଘର କଟକ ବିରିବାଟୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଗୁରୁତର ଅନ୍ୟ ଜଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।</p> <p>ଗତକାଲି ବିଳମ୍ବିତ ରାତ୍ରିରେ ସମୀର ଏକ ବାଇକରେ ଭୁବନେଶ୍ୱରରୁ କଟକ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ପିସିଆର ଭ୍ୟାନ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ପିସିଆରର ଡ୍ରାଇଭର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି&nbsp; ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ। ନୟାପଲ୍ଲୀ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।</p>

Related story