ଭୋଜି କରୁଥିବା ବେଳେ ମାଡ଼ିଗଲା ଟ୍ରକ୍‌

<p>ଅନୁଗୋଳ(ଓଡ଼ିଶା ରିପୋର୍ଟର): &nbsp;ଅନୁଗୋଳ ଜିଲ୍ଲା ଠାକୁରଗଡ଼ ସାନହୁଲାରେ ଏକ ଦୋକାନ ଉପରେ ଟ୍ରକ୍ ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରେଲର ବଇଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସାନହୁଲା ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଦୋକାନ ଘର ଉପରକୁ ମାଡ଼ି ଯାଇ ଓଲଟି ପଡ଼ିଥିଲା। ଫଳରେ ଦୋକାନ ଘର ଭାଙ୍ଗିବା ସହ ପାଖରେ ଥିବା ଏକ ଅଟୋ ମଧ୍ୟ ଭାଙ୍ଗି ଯାଇଥିଲା। ଦୁର୍ଘଟଣାସ୍ଥଳରେ ୬ରୁ ୭ଜଣ ଲୋକେ ଭୋଜି କରୁଥିବା ବେଳେ ଟ୍ରକଟି ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଟ୍ରକ୍ ଚାଳକ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବଇଣ୍ଡା-ଆଠମଲ୍ଲିକ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ।&nbsp; ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।</p>

Ordigital Desk
  • Published: Monday, 23 April 2018
  • Updated: 23 April 2018, 08:53 AM IST

Sports

Latest News

<p>ଅନୁଗୋଳ(ଓଡ଼ିଶା ରିପୋର୍ଟର): &nbsp;ଅନୁଗୋଳ ଜିଲ୍ଲା ଠାକୁରଗଡ଼ ସାନହୁଲାରେ ଏକ ଦୋକାନ ଉପରେ ଟ୍ରକ୍ ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରେଲର ବଇଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସାନହୁଲା ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଦୋକାନ ଘର ଉପରକୁ ମାଡ଼ି ଯାଇ ଓଲଟି ପଡ଼ିଥିଲା। ଫଳରେ ଦୋକାନ ଘର ଭାଙ୍ଗିବା ସହ ପାଖରେ ଥିବା ଏକ ଅଟୋ ମଧ୍ୟ ଭାଙ୍ଗି ଯାଇଥିଲା। ଦୁର୍ଘଟଣାସ୍ଥଳରେ ୬ରୁ ୭ଜଣ ଲୋକେ ଭୋଜି କରୁଥିବା ବେଳେ ଟ୍ରକଟି ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଟ୍ରକ୍ ଚାଳକ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବଇଣ୍ଡା-ଆଠମଲ୍ଲିକ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ।&nbsp; ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos