୧୦ ଦିନ ପରେ ବି ଆସିନି ବିଦ୍ୟୁତ୍; ବିଭିନ୍ନ ସ୍ଥାନରେ ରାସ୍ତାରୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୩ ତାରିଖରେ ବାତ୍ୟା ହୋଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ୨ ତାରିଖ ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା। ବାତ୍ୟା ‘ଫୋନି’ ଯୋଗୁ ବିଦ୍ୟୁତ୍ ବ୍ୟବସ୍ଥା ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେବି ଅନେକ ସ୍ଥାନକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇପାରିନି। ଆଉ ଏହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ରାସ୍ତାରୋକ କରିଥିଲେ। ବାତ୍ୟାରେ ଭୁବନେଶ୍ୱରରେ ବିଦ୍ୟୁତ୍ ବ୍ୟବସ୍ଥା […]

strike

Jitendra Garnayak
  • Published: Sunday, 12 May 2019
  • , Updated: 12 May 2019, 12:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୩ ତାରିଖରେ ବାତ୍ୟା ହୋଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ୨ ତାରିଖ ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା। ବାତ୍ୟା ‘ଫୋନି’ ଯୋଗୁ ବିଦ୍ୟୁତ୍ ବ୍ୟବସ୍ଥା ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେବି ଅନେକ ସ୍ଥାନକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇପାରିନି। ଆଉ ଏହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ରାସ୍ତାରୋକ କରିଥିଲେ।

ବାତ୍ୟାରେ ଭୁବନେଶ୍ୱରରେ ବିଦ୍ୟୁତ୍ ବ୍ୟବସ୍ଥା ପୂରା ଭୁଶୁଡ଼ି ପଡ଼ିଥିଲା। ତେବେ ଧୀରେ ଧୀରେ ଅନେକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। କିନ୍ତୁ ଏମିତି କିଛି ସ୍ଥାନ ରହିଯାଇଛି, ଯେଉଁଠି ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ଦିଆଯାଇପାରିନି। ଫଳରେ ସହରର ଗତ ଦୁଇ ଦିନ ହେଲା କିଛି ସ୍ଥାନରେ ଲୋକେ ରାସ୍ତାରୋକ କରିଥିବା ବେଳେ ଆଜି ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂଯୋଗ ଦାବିରେ ସାମନ୍ତରାପୁର ନୂଆଗାଁ ପେଟ୍ରୋଲ୍ ପମ୍ପ ଆଗରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ଭୁବନେଶ୍ୱର-ପୁରୀ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ‘ଫୋନି’ରେ ଜଗତସିଂହପୁର ଜିଲ୍ଲା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ମଧ୍ୟ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ୧୦ ଦିନ ପରେ ବି ବିଦ୍ୟୁତ୍ ସଂଯୋଗ ମିଳି ନଥିବା ଯୋଗୁ କାଦୁଆପଡ଼ା ପଞ୍ଚୟତବାସୀ ଆଜି ରାସ୍ତାରୋକ କରିଥିଲେ। ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦାବିରେ ସେମାନେ ରାସ୍ତାରୋକ କରିଥିଲେ।  ଶତାଧିକ ଲୋକ ଜଗତସିଂପୁର-ମାଛୁଗାଁ ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରାୟ ୩ ଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁଇ ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ବିଦ୍ୟୁତ୍ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ରାସ୍ତାରୋକରୁ ହଟିଥିଲେ।

ସେହିପରି ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦାବିରେ କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ପଞ୍ଚାୟତରେ ଲୋକେ ମଧ୍ୟ ଆଜି ରାସ୍ତାରୋକ କରିଥିଲେ। ଉତ୍ୟକ୍ତ ଲୋକେ ଚମ୍ପତିପୁର ଛକରେ ଖୋର୍ଦ୍ଧା-ତାଳବସ୍ତର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

Related story