ରାଉରକେଲା ଇସ୍ପାତ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍‌ ଲିକ୍‌, ଜଣେ ଶ୍ରମିକ ମୃତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଆଜି ଏକ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍‌ ଲିକ୍‌ ହୋଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଗ୍ୟାସ୍‌ ଲିକ୍‌ ହେବା ପରେ ୬ ଜଣ ଶ୍ରମିକ ଗୁରୁତର ହୋଇ ପଡିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଆଇଜିଏଚ୍‌କୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି […]

rourkela

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 10:38 PM IST

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଆଜି ଏକ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍‌ ଲିକ୍‌ ହୋଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।

ଗ୍ୟାସ୍‌ ଲିକ୍‌ ହେବା ପରେ ୬ ଜଣ ଶ୍ରମିକ ଗୁରୁତର ହୋଇ ପଡିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଆଇଜିଏଚ୍‌କୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା।

ଏହି ଖବର ପାଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଇଜିଏଚ୍‌କୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Related story