ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନର୍ବିନ୍ୟାସ: ସବୁ ବ୍ଳକରେ ରହିବ ସବ୍‌ଡିଭିଜନ୍‌,୧୪୨ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନର୍ବିନ୍ୟାସ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ପ୍ରସ୍ତାବ ଅନୁସାରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆରଡି ସବଡିଭିଜନ କାର୍ଯ୍ୟାଳୟ ରହିବା ସହ ପ୍ରତ୍ୟେକ ସବ୍‌ଡିଭିଜନ ଅଧୀନରେ ୨ଜଣ ଜୁନିୟର ଇଞ୍ଜିନିୟର କାର୍ଯ୍ୟ କରିବେ। ଏହାସହିତ ରାୟଗଡ଼ାଠାରେ ଏକ ନୂଆ ସର୍କଲ ସୃଷ୍ଟି, ଉଦଳା,ବାଂଶପାଳ ଓ ବଣାଇଠାରେ ୩ଟି ନୂଆ ଡିଭିଜନ ସ୍ଥାପନ ଓ ୮ଟି କ୍ୱାଲିଟି କଣ୍ଟ୍ରୋଲ ଡିଭିଜନ ସ୍ଥାପନକୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। […]

CS

CS

Ordigital Desk
  • Published: Friday, 31 December 2021
  • Updated: 31 December 2021, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନର୍ବିନ୍ୟାସ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ପ୍ରସ୍ତାବ ଅନୁସାରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆରଡି ସବଡିଭିଜନ କାର୍ଯ୍ୟାଳୟ ରହିବା ସହ ପ୍ରତ୍ୟେକ ସବ୍‌ଡିଭିଜନ ଅଧୀନରେ ୨ଜଣ ଜୁନିୟର ଇଞ୍ଜିନିୟର କାର୍ଯ୍ୟ କରିବେ। ଏହାସହିତ ରାୟଗଡ଼ାଠାରେ ଏକ ନୂଆ ସର୍କଲ ସୃଷ୍ଟି, ଉଦଳା,ବାଂଶପାଳ ଓ ବଣାଇଠାରେ ୩ଟି ନୂଆ ଡିଭିଜନ ସ୍ଥାପନ ଓ ୮ଟି କ୍ୱାଲିଟି କଣ୍ଟ୍ରୋଲ ଡିଭିଜନ ସ୍ଥାପନକୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା ଅନୁସାରେ, ଗ୍ରାମ୍ୟ ନିର୍ମାଣ ସଂସ୍ଥାର କ୍ରମବର୍ଦ୍ଧିଷ୍ଣୁ କାର୍ଯ୍ୟଭାର, ସମ୍ପ୍ରସାରିତ ବଜେଟ୍‌, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ବିଜୁ ସେତୁ ଜରିଆରେ ଦୁର୍ଗମ ଓ ଅପହଂଚ ଅଂଚଳରେ ପହଂଚିବା ପାଇଁ ସେତୁ ନିର୍ମାଣ ଓ ଏହି ବିଭାଗର ନିଜସ୍ୱ କୋଠାବାଡ଼ି ସମେତ ରାଜସ୍ୱ, ଗୃହ ଓ ଉଚ୍ଚଶିକ୍ଷା ଇତ୍ୟାଦି ବିଭାଗର କୋଠାବାଡ଼ି ନିର୍ମାଣ ଓ ରକ୍ଷଣାବେକ୍ଷଣକୁ ସଠିକ୍ ସମୟରେ ସମ୍ପାଦନା କରିବା ନିମନ୍ତେ ଗ୍ରାମ୍ୟ ନିର୍ମାଣ ସଂସ୍ଥା ଓ ଏହି ସଂସ୍ଥାର ଯାନ୍ତ୍ରିକ ସେବାର ପୁନର୍ବିନ୍ୟାସ କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି । ଏଥିପାଇଁ ରାୟଗଡ଼ାଠାରେ ଏକ ନୂଆ ଆରଡି ସର୍କଲ ସହ ଓଡ଼ିଶା ଖଣିଜ ସମ୍ପଦ ଭରା ଅଂଚଳ ବିକାଶ ନିଗମ(ଓଏମବିଡିସି) ଅଧୀନରେ ୧୦ଟି ପ୍ରୋଜେକ୍ଟ ସବଡିଭିଜନ ସୃଷ୍ଟି କରାଯିବାକୁ ସ୍ଥିର ହୋଇଛି । ବିଭିନ୍ନ ଜିଲ୍ଲାରେ ୮ଟି ନୂଆ କ୍ୱାଲିଟି କଂଟ୍ରୋଲ ଡିଭିଜନ ସ୍ଥାପନ କରାଯିବ । ଏସବୁ ନିମନ୍ତେ ଜୁନିୟର ଇଞ୍ଜିନିୟରରୁ ଇଆଇସି ପର୍ଯ୍ୟନ୍ତ ପାହ୍ୟାରେ ମୋଟ ୧୪୨ଟି ନୂଆ ପଦବୀ ସୃଷ୍ଟି କରାଯିବ । ଏଥିପାଇଁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମଞ୍ଜୁରୀପ୍ରାପ୍ତ ଇଞ୍ଜିନିୟରିଂ ପଦବୀ ସଂଖ୍ୟା ୧,୪୪୭ରୁ ୧,୬୩୩କୁ ବୃଦ୍ଧି ପାଇବ ।

ଏହାବ୍ୟତୀତ ରାଜ୍ୟ କ୍ୟାବିନେଟରେ ଆଜି ଓଡ଼ିଶା ଗ୍ରାମ ପଂଚାୟତ ଆଇନରେ ସଂଶୋଧନ ପାଇଁ ୩ଟି ଅଧ୍ୟାଦେଶକୁ ମଧ୍ୟ ଅନୁମୋଦନ କରିଛନ୍ତି । ଓଡ଼ିଶା ଗ୍ରାମପଂଚାୟତ ଅଧିନିୟମ-୧୯୬୪, ଓଡ଼ିଶା ପଂଚାୟତ ସମିତି ଅଧିନିୟମ-୧୯୫୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ-୧୯୯୧ରେ ଆବଶ୍ୟକ ସଂଶୋଧନ ଅଧ୍ୟାଦେଶ ମାଧ୍ୟମରେ କରାଯାଇଛି । ଯାହାଫଳରେ ଏଣିକି ପଂଚାୟତିରାଜ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀଙ୍କ ନିମନ୍ତେ ସତ୍ୟପାଠ ଦାଖଲର ବ୍ୟବସ୍ଥା ହୋଇଛି । ନିଜର ଅପରାଧିକ, ଶିକ୍ଷାଗତ ଓ ସମ୍ପତ୍ତି ଆଦି ସମ୍ପର୍କରେ ମିଥ୍ୟା ସତ୍ୟପାଠ ଦେଲେ ଜେଲଦଣ୍ଡ ସହ ଜୋରିମାନର ବ୍ୟବସ୍ଥା ରହିଛି । ସେହିପରି ଏହି ୩ଟି ଆଇନରେ ବିପର୍ଯ୍ୟୟ ପରିଚାଳନାକୁ ମଧ୍ୟ ଆଇନଗତ ଭାବେ ଲାଗୁ କରାଯାଇଛି । ଏହାଫଳରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଆଇନ ଅନ୍ତର୍ଗତ ପଂଚାୟତ ଲୋକପ୍ରତିନିଧିମାନେ ବିପର୍ଯ୍ୟୟ ପରିଚାଳନାରେ ସାମିଲ ହେବାକୁ ବାଧ୍ୟ ହେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos