ପୁଅ ହେବ ତ ଏମିତି: ମା’କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡ଼ିଲା

ନୂଆପଡ଼ା (ମାୟାଧର ସରାଫ): ମା’ ମୃତ୍ୟୁମୁଖରେ ପଡ଼ିଥିବା ଦେଖି ସମ୍ଭାଳି ପାରିଲାନି ପୁଅ। ଆଖି ପିଛୁଳାକେ ଡେଇଁ ପଡ଼ିଥିଲା କୂଅ ଭିତରକୁ। ଉଦ୍ଧାର ହେବା ପର୍ଯ୍ୟନ୍ତ ସେ ମା’ଙ୍କୁ ସୁରକ୍ଷିତ ଭାବେ ଧରି କୂଅ ଭିତରେ ରହିଥିଲା। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହିତ ପୁଅ ହବ ତ ଏମିତି ବୋଲି କହୁଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଲାପଡ଼ାରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ,  ଆଜି ସକାଳେ କୋମନା ବଙ୍ଗଲାପଡ଼ାର ୬୬ […]

rescue operation

Niharika Rout
  • Published: Saturday, 22 January 2022
  • , Updated: 22 January 2022, 03:33 PM IST

ନୂଆପଡ଼ା (ମାୟାଧର ସରାଫ): ମା’ ମୃତ୍ୟୁମୁଖରେ ପଡ଼ିଥିବା ଦେଖି ସମ୍ଭାଳି ପାରିଲାନି ପୁଅ। ଆଖି ପିଛୁଳାକେ ଡେଇଁ ପଡ଼ିଥିଲା କୂଅ ଭିତରକୁ। ଉଦ୍ଧାର ହେବା ପର୍ଯ୍ୟନ୍ତ ସେ ମା’ଙ୍କୁ ସୁରକ୍ଷିତ ଭାବେ ଧରି କୂଅ ଭିତରେ ରହିଥିଲା। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହିତ ପୁଅ ହବ ତ ଏମିତି ବୋଲି କହୁଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଲାପଡ଼ାରେ ଘଟିଛି ଏହି ଘଟଣା।

ସୂଚନା ଅନୁଯାୟୀ,  ଆଜି ସକାଳେ କୋମନା ବଙ୍ଗଲାପଡ଼ାର ୬୬ ବର୍ଷୀୟା ଶଶିପ୍ରଭା ପାଣିଗ୍ରାହୀ ନିଜ କୂଅ ଚାନ୍ଦିନୀରେ ବସିଥିଲେ । ମାତ୍ର ଅସାବଧାନତା ହେତୁ ସେ ହଠାତ୍ କୂଅରେ ପଡ଼ି ଯାଇଥିଲେ । ତାଙ୍କ ପୁଅ ସତ୍ୟନାରାୟଣ ଏହା ଦେଖିଥିଲେ। ଫଳରେ ମା’ଙ୍କୁ ରକ୍ଷା କରିବାକୁ ସେ ବି ସଙ୍ଗେ ସଙ୍ଗେ ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡ଼ିଥିଲେ।

ଉଭୟ ପ୍ରାୟ ଅଧ ଘଣ୍ଟା କାଳ କୂଅ ଭିତରେ ଫସି ରହିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି।

Related story