କାହାକୁ ସୁରକ୍ଷା ଦେଇ ଅପଦସ୍ତ ହେଉଛନ୍ତି ମାହାଙ୍ଗା ଥାନାବାବୁ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ପ୍ରୟାସରେ ଫେଲ୍‌ ମାରିବା ପରେ, ଶେଷରେ ମୁଣ୍ଡ ଆଉଁସି ଆଉଁସି କୋର୍ଟରେ ହାଜର ହେଲେ ପୁଲିସ୍‌ ବାବୁ। କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ବ୍ୟକ୍ତିଗତ ହାଜର ହୋଇଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି। ସେ କେବଳ ଖାଲି ହାଜର ହୋଇନାହାନ୍ତି, ସାଙ୍ଗରେ କିଛି କାଗଜ ପତ୍ର ମଧ୍ୟ ଆଣି ଜମା କରିଛନ୍ତି। ପ୍ରକୃତରେ କେଉଁ ରିପୋର୍ଟ କୋର୍ଟରେ ଦାଖଲ କଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତିନି […]

Salepur

Salepur

Ordigital Desk
  • Published: Friday, 10 December 2021
  • Updated: 10 December 2021, 04:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ପ୍ରୟାସରେ ଫେଲ୍‌ ମାରିବା ପରେ, ଶେଷରେ ମୁଣ୍ଡ ଆଉଁସି ଆଉଁସି କୋର୍ଟରେ ହାଜର ହେଲେ ପୁଲିସ୍‌ ବାବୁ। କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ବ୍ୟକ୍ତିଗତ ହାଜର ହୋଇଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି। ସେ କେବଳ ଖାଲି ହାଜର ହୋଇନାହାନ୍ତି, ସାଙ୍ଗରେ କିଛି କାଗଜ ପତ୍ର ମଧ୍ୟ ଆଣି ଜମା କରିଛନ୍ତି। ପ୍ରକୃତରେ କେଉଁ ରିପୋର୍ଟ କୋର୍ଟରେ ଦାଖଲ କଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତିନି ଅଭିଯୁକ୍ତଙ୍କ ସିଡିଆର ରିପୋର୍ଟ କୋର୍ଟରେ ଦାଖଲ କରି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ମନ୍ତ୍ରୀ ପ୍ରତାପ ଜେନାଙ୍କ ପିଏ ବାପି ବିଶ୍ୱାଳ, ମୃତ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଓ ମାହାଙ୍ଗା ବ୍ଲକ୍‌ ଚେୟାରମ୍ୟାନ ଶରତ ନାୟକଙ୍କ ୩ ମାସର ସିଡିଆର ରିପୋର୍ଟ ମାଗିଥିଲେ ସାଲେପୁର ଜେଏମ୍‌ଏଫ୍‌ସି। ୨୦୨୦ ଡିସେମ୍ବରଠାରୁ ୨୦୨୧ ଫେବୃଆରୀ ପର୍ଯ୍ୟନ୍ତ କଲ୍‌ ଡିଟେଲ୍ସ ରିପୋର୍ଟ ଡିସେମ୍ବର ୧୦ ତାରିଖ ଦିନ ସାଢେ ୧୦ ସୁଦ୍ଧା ଦାଖଲ କରିବାକୁ ପୁଲିସ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଯେଉଁଥିପାଇଁ ଆଜି କୋର୍ଟରେ ହାଜର ହୋଇଥିଲେ ଆଇଆଇସି ନିହାର ମହାନ୍ତି।

ପୂର୍ବରୁ ସାଲେପୁର ଜେଏମ୍‌ଏଫ୍‌ସି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଆଇଆଇସିଙ୍କ ପକ୍ଷରୁ ଉପର ଏଡିଜେ କୋର୍ଟରେ ରିଭିଜନ ପିଟିସନ ଦାୟର କରାଯାଇଥିଲା। କିନ୍ତୁ ଏହାର ଶୁଣାଣି କରି ଡିସେମ୍ବର ୮ ତାରିଖରେ ରିଭିଜନ ପିଟିସନକୁ ଖାରଜ କରି ଦେଇଥିଲେ ସାଲେପୁର ଏଡିଜେ। ଏହି ଆବେଦନ ଗ୍ରହଣୀୟ ନୁହେଁ ବୋଲି ସାଲେପୁର ଏଡିଜେ ରୋକ୍‌ଠୋକ୍‌ ଶୁଣାଇଦେଇଥିଲେ। ଶେଷରେ କାନମୁଣ୍ଡ ଆଉଁସି ଆଉଁସି ଆଜି କୋର୍ଟରେ ହାଜର ହୋଇଛନ୍ତି ଆଇଆଇସି ନିହାର ମହାନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୪) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଥାନାରେ ଦିଆଯାଇଥିବା ଏଫ୍‌ଆଇଆର୍‌ରେ ୧୩ ନମ୍ୱରେ ଥିଲା ଆଇନ୍‌ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ। ହେଲେ ପରବର୍ତ୍ତି ସମୟରେ ତାଙ୍କ ନାଁକୁ ଅଭିଯୁକ୍ତ ତାଲିକାରୁ ହଟାଇ ଦିଆଯାଇ ଚାର୍ଜସିଟ୍ କରିଥିଲେ ମାହାଙ୍ଗା ଥାନା ଆଇଆଇସି। ପୁଲିସର ଏହି ଅଧା ସତ ଥିଓରୀ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ। ସାଲେପୁର ଜେଏମ୍‌ଏଫ୍‌ସିରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ ରମାକାନ୍ତ।

ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି। ଆଉ ଏହା ପରେ ମନ୍ତ୍ରୀଙ୍କ ପାଇଁ ସୁରକ୍ଷା କବଚ ସାଜିଥିବା ମାହାଙ୍ଗା ଆଇଆଇସିଙ୍କ ଅକଲ ଗୁଡୁମ ହୋଇଯାଇଥିଲା। କେମିତି ମନ୍ତ୍ରୀଙ୍କୁ ବଞ୍ଚାଇବେ? ସେଥିପାଇଁ ଚାକିରିକୁ ମଧ୍ୟ ଦାଉରେ ଲଗାଇ ଦେଇଥିଲେ ଥାନାବାବୁ।

ପୂରା ଘଟଣାଟି ଏମିତି

*୨୫ ଅଗଷ୍ଟ ୨୦୨୧- ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରି ପୁନଃ ତଦନ୍ତ କରି ସାନି ଚାର୍ଡସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ସାଲେପୁର ଜେଏମଏଫସି। ଏହା ସହ ହତ୍ୟାକାଣ୍ଡର ଗୁରୁତ୍ୱ ଓ ଘଟଣା ପଛରେ ମନ୍ତ୍ରୀଙ୍କ ସଂପୃକ୍ତିକୁ ଉପଲବ୍‌ଧି କରି ପିଏ ବାପି ବିଶ୍ୱାଳ, ମୃତ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଓ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ସିଡିଆର୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର କୋର୍ଟ।
*୨୫ ନଭେମ୍ବର୨୦୨୧- ପୁଲିସର ନିଷ୍କ୍ରିୟତାକୁ ଭର୍ତ୍ସନା କରିବା ସହ ନେଭେମ୍ବର ୨୯ ତାରିଖ ସୁଦ୍ଧା ସିଡିଆର ରିପୋର୍ଟ ସହ ଚାର୍ଜସିଟ୍ ଦାଖଲ କରିବାକୁ ଦେଲେ ପୁନଃ ନିର୍ଦ୍ଦେଶ।
* ନଭେମ୍ବର ୨୯ –ସମସ୍ତ ରିପୋର୍ଟ ଦେବା ପାଇଁ ମାସେ ସମୟ ମାଗିଲେ ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି। ଆବେଦନକୁ ଖାରଜ କରିବା ସହ ଡିସେମ୍ବର ୨ ତାରିଖ ସୁଧା ସମସ୍ତ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ।
*ଡିସେମ୍ବର ୨- ରିପୋର୍ଟ ଦାଖଲ କରିବା ପରିବର୍ତ୍ତେ, ଉପରିସ୍ଥ ଅଧିକାରୀଙ୍କୁଠାରୁ ଅନୁମତି ଆଣିବା ଉପରେ କୋର୍ଟରେ ଚାର୍ଡସିଟ୍ ଓ ସିଡିଆର୍‌ ଦାଖଲ କରିବାକୁ ସରକାରୀ ଓକିଲ ଜରିଆରେ ଅବଗତ କଲେ ମାହାଙ୍ଗା ଆଇଆଇସି । ଏଥିରେ କୋର୍ଟ କ୍ଷୁବ୍ଧ ହେବା ସହ ଆଇଆଇସିଙ୍କୁ ଡିସେମ୍ବର ୩ ତାରିଖ ସୁଦ୍ଧା ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ।
* ଡିସେମ୍ବର ୩ – କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ କୋର୍ଟକୁ ଆସିନଥିଲେ ଆଇଆଇସି। ପୁଣିଥରେ ସରକାରୀ ଓକିଲ ଜରିଆରେ ମାସେ ଅର୍ଥାତ୍ ୪ ସପ୍ତାହର ସମୟ ମାଗିଥିଲେ।
* ଡିସେମ୍ବର ୪ – ଆଇଆଇସିଙ୍କ ସମୟ ଅବଧି ଆବେଦନକୁ ପୁଣିଥରେ ଖାରଜ କରିବା ସହ କୋର୍ଟ ଅବମାନନା ହୋଇଥିବା ଦର୍ଶାଇ ଥାନା ଅଧିକାରୀଙ୍କୁ ନୋଟିସ୍ କରିଥିଲେ ସାଲେପୁର ଜେଏମ୍‌ଏଫସି। ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ଜବାବ ନୋଟିସରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।  ଏହା ସହ ଡିସେମ୍ବର୧୦ ତାରିଖ ସାଢ଼େ ୧୦ ସୁଦ୍ଧା ପୁନଃତଦନ୍ତ ରିପୋର୍ଟ ଓ ତିନି ଜଣଙ୍କ ସିଡିଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
* ଡିସେମ୍ବର ୮ - ସାଲେପୁର ଏଡିଜେଙ୍କ ପଖରୁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଲାଗିଥିଲା ବଡ଼ ଝଟକା। ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ପୁନଃ ତଦନ୍ତ ଓ ସିଡିଆର ଦାଖଲ ନିର୍ଦ୍ଦେଶର ରିଭିଜନ ଚାହିଁଥିଲା ମାହାଙ୍ଗା ପୁଲିସ। ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରି ଦେଇଥିଲେ ସାଲେପୁର ଏଡିଜେ। ସବୁ ପ୍ରକାର ବାହାନା ଓ ପ୍ରଚେଷ୍ଠା ଫେଲ୍‌ ମାରିବା ପରେ ଶେଷରେ ଉପାୟ ଶୂନ୍ୟ ହୋଇ କୋର୍ଟରେ ହାଜର ହୋଇଛନ୍ତି ମାହାଙ୍ଗା ଆଇଆଇସି।

ତେବେ ଏଠି ପ୍ରଶ୍ନ ଉଠୁଛି, ମନ୍ତ୍ରୀଙ୍କୁ ଅନ୍ଧ ଭକ୍ତ ଭାବେ ସମର୍ଥନ କରି ଆଇଆଇଙ୍କୁ ମିଳିଲା କଣ? ଅପବାଦ ଓ ନିନ୍ଦା ଛଡ଼ା ଅନ୍ୟ କିଛି ନୁହେଁ। ହତ୍ୟାକାଣ୍ଡ ଘଟିବାକୁ ପାଖାପାଖି ବର୍ଷେ ହେବାକୁ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଆଇନ୍‌ ମନ୍ତ୍ରୀ ମହାଶୟଙ୍କୁ ଆଦୌ ଜେରା କରାଯାଇନାହିଁ। ସେପଟେ ଶୁଣିବାକୁ ମିଳିଛି ୭ରୁ ୮ ଜଣ ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା କରିଛନ୍ତି ମାହାଙ୍ଗା ଥାନା ଆଇଆଇସି। ଯେତେବେଳ ନିଜେ ହିଁ ଥାନା ବାବୁ ଚାହୁଁ ନାହାଁନ୍ତି ଘଟଣା ପଛର ପ୍ରକୃତ ତଥ୍ୟ ପଦାକୁ ଆସୁ, ସେଠାରେ କୋର୍ଟରେ ହାଜର ଓ ପୁନଃ ରିପୋର୍ଟରେ ଯେ କିଛି ହେରଫେର୍‌ ହୋଇ ନଥିବ ତାହା କିଏ କହିବ?

କାରଣ ପୂରା ଘଟଣାବଳି ଦେଖିଲେ ଲାଗୁଛି, ଆଇନ ମନ୍ତ୍ରୀଙ୍କ ନାଁକୁ ଅଭିଯୋଗପତ୍ରରୁ କାଟି ଚାର୍ଜସିଟ୍ ଦାଖଲ କରିବା, କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ତାଙ୍କୁ ତଦନ୍ତ ପରିସରକୁ ନଆଣିବା, ଅଯଥାରେ ସମୟ ଗଡ଼ାଇ ଚାଲିବା, ଏପରିକି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସିଡିଆର ରିପୋର୍ଟକୁ ଦାଖଲ ନ କରିବା ପଛରେ ଥାନା ଅଧିକାରୀଙ୍କ କିଛି ଭିନ୍ନ ଉଦ୍ଦେଶ୍ୟ ଦର୍ଶାଉଛି। କାରଣ ଏକ ବର୍ଷ ପରେ ସିଡିଆର ରିପୋର୍ଟ, ଅଟୋମେଟିକାଲ ଡିଲିଟ୍ ହୋଇଯାଇଥାଏ। ଏହା ଜାଣି ମଧ୍ୟ ପୁଲିସ ସମୟ ଗଡ଼ାଇ ଚାଲିଛି। ପୁଲିସ୍‌ ଭଲଭାବେ ଜାଣିଛି କେବଳ ସିଡିଆର ରିପୋର୍ଟ ହିଁ ତାଙ୍କ ଆକ୍କାଙ୍କ ପାଇଁ କାଳ ହୋଇପାରେ। ସେଥିପାଇଁ ପୁଲିସ ମାମଲାକୁ ଗଡ଼ାଇ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story