Advertisment

Accident: ଆଖି ଲାଗିଗଲା, ଗାର୍ଡୱାଲରେ ପିଟିହେଲା କାର; ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ ପତ୍ନୀଙ୍କ ମୃତ୍ୟୁ, ୨ ଗୁରୁତର

କାରଟି ଜାତୀୟ ରାଜପଥରେ ଯାଉଥିବା ବେଳେ ଚାରମାଳ ଥାନା ନୂଆପଡ଼ା ବ୍ରିଜ୍ ପାଖରେ ଶ୍ରୀ ବେହେରାଙ୍କ ଆଖି ଲାଗି ଯାଇଥିଲା। ଫଳରେ କାରଟି ବ୍ରିଜ୍‌ର ଗାର୍ଡ ୱାଲରେ ପିଟି ହୋଇଥିଲା।

Car

ଦୁର୍ଘଟଣାଗ୍ରସ୍ତ କାର

Advertisment

କାର ଦୁର୍ଘଟଣାରେ ବ୍ୟାଙ୍କ ଅଫ ଇଣ୍ଡିଆର ସମ୍ବଲପୁରର ଜୋନାଲ ମ୍ୟାନେଜର ଶ୍ରୀଜିତ ଶଙ୍କର ବେହେରାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି। ଶ୍ରୀ ବେହେରା ଓ ତାଙ୍କ ଶାଶୁଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Advertisment

ଦୀପାବଳି ଛୁଟି ସାରି ଆଜି ଶ୍ରୀ ବେହେରା କାର ଯୋଗେ ତାଙ୍କ ପତ୍ନୀ ଓ ଶାଶୁଙ୍କ ସହିତ ସମ୍ବଲପୁର ଫେରୁଥିଲେ। ସେ ନିଜେ ଗାଡ଼ି ଚଲାଉଥିଲେ।

କାରଟି ଜାତୀୟ ରାଜପଥରେ ଯାଉଥିବା ବେଳେ ଚାରମାଳ ଥାନା ନୂଆପଡ଼ା ବ୍ରିଜ୍ ପାଖରେ ଶ୍ରୀ ବେହେରାଙ୍କ ଆଖି ଲାଗି ଯାଇଥିଲା। ଫଳରେ କାରଟି ବ୍ରିଜ୍‌ର ଗାର୍ଡ ୱାଲରେ ପିଟି ହୋଇଥିଲା। କାରଟିର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଥିବା ବେଳେ ତାଙ୍କ ପତ୍ନୀ ମିନାକ୍ଷୀ ବେହେରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। 

Advertisment

ସ୍ଥାନୀୟ ପୁଲିସ ୩ ଜଣଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନା ନେଇଥିଲା। ସେଠାରେ ମିନାକ୍ଷୀ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଅବସ୍ଥା ଗୁରୁତର ଥିବାରୁ ଶ୍ରୀ ବେହେରା ଓ ତାଙ୍କ ଶାଶୁଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

ଖବର ପାଇ ରେଢ଼ାଖୋଲ ଡାକ୍ତରଖାନାରେ ଶ୍ରୀ ବେହେରାଙ୍କ ସଂପର୍କୀୟଙ୍କ ସହିତ ବ୍ୟାଙ୍କ କର୍ମଚାରୀ ଆସି ପହଞ୍ଚିଥିଲେ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe