Advertisment

ସମ୍ବିତ ପାତ୍ରଙ୍କ କାର୍‌ ଉପରକୁ ଆକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍‌ ଉପରକୁ ଆଜି ଆକ୍ରମଣ ହୋଇଛି। ଏଥିରେ କାର୍‌ର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ଦଳର ଜଣେ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ସମ୍ବିତ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗରେ ସେ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସମ୍ବିତ ଟ୍ୱିଟ୍ କରି ଲେଖିଛନ୍ତି, ବେଙ୍ଗଲରେ ଆମ କାର୍‌କୁ ଆକ୍ରମଣ ହୋଇଥିଲା। ଝରକା କାଚ ଭାଙ୍ଗି ଯାଇଛି। ଏଥିରେ ଶିବପ୍ରକାଶ, ସଞ୍ଜୟ ମୟୁଖ ଓ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ସମ୍ବିତ ପାତ୍ରଙ୍କ କାର୍‌ ଉପରକୁ ଆକ୍ରମଣ

sambit

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍‌ ଉପରକୁ ଆଜି ଆକ୍ରମଣ ହୋଇଛି। ଏଥିରେ କାର୍‌ର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ଦଳର ଜଣେ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ସମ୍ବିତ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

Advertisment

ପଶ୍ଚିମବଙ୍ଗରେ ସେ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସମ୍ବିତ ଟ୍ୱିଟ୍ କରି ଲେଖିଛନ୍ତି, ବେଙ୍ଗଲରେ ଆମ କାର୍‌କୁ ଆକ୍ରମଣ ହୋଇଥିଲା। ଝରକା କାଚ ଭାଙ୍ଗି ଯାଇଛି। ଏଥିରେ ଶିବପ୍ରକାଶ, ସଞ୍ଜୟ ମୟୁଖ ଓ ମୁଁ ଯାଉଥିଲୁ। ଆମ କାର୍‌ରେ ଥିବା ଜଣେ କାର୍ଯ୍ୟକର୍ତ୍ତା ରକ୍ତାକ୍ତ ହୋଇଛନ୍ତି। ଭଗବାନ ଆମ ଜୀବନ ବଞ୍ଚାଇ ଦେଲେ।

Advertisment

ସୂଚନାଯୋଗ୍ୟ, ରାଜ୍ୟ ବିଜେପି ସଭାପତି ତଥା ସାଂସଦ ଦିଲ୍ଲୀପ ଘୋଷଙ୍କ କାର ମଧ୍ୟ ଆକ୍ରମଣର ଶିକାର ହୋଇଛି। ଏହାକୁ ନେଇ ଦିଲ୍ଲୀପ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ପରେ ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ତଲବ କରିଛନ୍ତି।

ଅଧିକ ପଢ଼ନ୍ତୁ  : ‘ମମତାଙ୍କ ଟିଏମସି ଗଣତନ୍ତ୍ର ପ୍ରତି ବିପଦ’ ; ଜେପି ନଡ୍ଡା

Bjp Sambit Patra