ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମୀର ଦାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ ଓ ଧାରଣା ଚାଲିଥିବା ବେଳେ ଚୁପ୍‌ ବସିଥିଲେ ରାଜ୍ୟ ସରକାର। ଦୁଇ ଦିନ ପରେ ଆଜି ହଠାତ୍‌ ଚେଇଁ ଉଠିଛନ୍ତି ସରକାର। ଆଉ ଓଡ଼ିଆ ଭାଷାରେ ଶିକ୍ଷାଦାନ ବାତିଲ ପ୍ରସଙ୍ଗରେ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବାକୁ ଅନୁରୋଧ କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଚିଠିରେ […]

Samir Ranjan Dash

Manoranjan Sial
  • Published: Friday, 01 October 2021
  • , Updated: 01 October 2021, 03:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ ଓ ଧାରଣା ଚାଲିଥିବା ବେଳେ ଚୁପ୍‌ ବସିଥିଲେ ରାଜ୍ୟ ସରକାର। ଦୁଇ ଦିନ ପରେ ଆଜି ହଠାତ୍‌ ଚେଇଁ ଉଠିଛନ୍ତି ସରକାର। ଆଉ ଓଡ଼ିଆ ଭାଷାରେ ଶିକ୍ଷାଦାନ ବାତିଲ ପ୍ରସଙ୍ଗରେ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବାକୁ ଅନୁରୋଧ କରିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଚିଠିରେ ଲେଖିଛନ୍ତି-“ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନାହିଁ। ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ଦିଆଯାଇଛି। ସେପ୍ଟେମ୍ୱର ୨୦ ତାରିଖରେ ଝାଡ଼ଖଣ୍ଡ ସରକାର ଶିକ୍ଷକ ତାଲିମ ନୋଟିଫିକେସନ କରିଥିଲେ। ଶିକ୍ଷକଙ୍କ ତାଲିମ ନୋଟିଫିକେସନରେ ଓଡ଼ିଆ ଶିକ୍ଷକଙ୍କ ବିଷୟରେ କିଛି ନଥିଲା। ଉତ୍କଳ ସମ୍ମିଳନୀ ମାଧ୍ୟମରେ ଆମେ ପଡୋଶୀ ରାଜ୍ୟକୁ ୧୬୦ ଶିକ୍ଷକ ଦେଇଛୁ। ପ୍ରତିବର୍ଷ ପଡୋଶୀ ରାଜ୍ୟକୁ ଓଡ଼ିଆ ପାଠ୍ୟକ୍ରମର ବହି ମଧ୍ୟ ପଠାଉଛୁ। ଦୀର୍ଘଦିନ ଧରି ପଡୋଶୀ ରାଜ୍ୟଙ୍କ ସହ ଆମର ସୁମ୍ପର୍କ ଅଛି।”

ସୂଚନାରୁ ପ୍ରକାଶ, ୨୦୧୧ ସେପ୍ଟେମ୍ବର ୧ ତାରିଖରେ ଝାଡଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ଦେଇଥିଲେ। ହେଲେ ବିଡମ୍ବନା ହେଉଛି, ୨୦୨୧-୨୨ ଶିକ୍ଷାବର୍ଷରୁ ସେହି ମାନ୍ୟତା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ଝାଡ଼ଖଣ୍ଡ ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏହାର ଅର୍ଥ ହେଉଛି, ଝାଡଖଣ୍ଡର କୌଣସି ସ୍କୁଲରେ ଆଉ କେହି ଚାହିଁଲେ ମଧ୍ୟ ଓଡ଼ିଆ ଭାଷାରେ ପଢି ପାରିବେନାହିଁ। ମାନ୍ୟତା ଦେବାର ୧୦ ବର୍ଷ ପରେ ଝାଡଖଣ୍ଡ ସରକାରଙ୍କ ପୁଣି ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ବଢୁଛି ଅସନ୍ତୋଷ।

ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ। ଯେଉଁଥିରେ ସାମିଲ ହୋଇଥିଲେ ଝାଡଖଣ୍ଡରେ ରହୁଥିବା ଶହ ଶହ ଓଡ଼ିଆ। ସେମାନଙ୍କ ଅଭିଯୋଗ ହେଉଛି, ୧୦ ବର୍ଷ ହେଲା ଓଡ଼ିଆ ଭାଷାକୁ ମାନ୍ୟତା ମିଳିଛି ହେଲେ ସମ୍ମାନ ମିଳିନି। ଆଉ ଏବେ ସ୍କୁଲରେ ନା ଓଡ଼ିଆ ପୁସ୍ତକ ମିଳୁଛି ନା ନିଯୁକ୍ତ କରାଯାଉଛି ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀ। ଝାଡଖଣ୍ଡ ସରକାର ଓଡ଼ିଆ ଭାଷାଭାଷୀଙ୍କ ପ୍ରତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି ଓଡ଼ିଆ ସମାଜ ।

Related story