‘ଜିଲ୍ଲାପାଳ’ କ୍ଷମତା ଥିବା କହି ଭାଙ୍ଗିଦେଲେ ୬ ଅର୍ଦ୍ଧ ନିର୍ମିତ ଘର

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): “ଅର୍ଡର ନାହିଁ। ମୁଁ ସରପଞ୍ଚ ଥିବାରୁ ଜିଲ୍ଲାପାଳଙ୍କ କ୍ଷମତା ନେଇ ଭାଙ୍ଗିଦେଲି।” ଏପରି କହିଛନ୍ତି ବଲାଙ୍ଗିର ଜିଲ୍ଲା ସାଲଭେଟା ପଞ୍ଚାୟତର ସରପଞ୍ଚ। ତାଙ୍କୁ ଜିଲ୍ଲାପାଳ କ୍ଷମତା ମିଳିଥିବାରୁ ସେ ତାକୁ ପ୍ରୟୋଗ କରିଛନ୍ତି। କାହାରି ନିର୍ଦ୍ଦେଶ ନଥାଇ ହାତରେ ଥିବା ଜିଲ୍ଲାପାଳ କ୍ଷମତାକୁ ପ୍ରୟୋଗ କରି ଭାଙ୍ଗି ଦେଇଛନ୍ତି ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲ୍‌ଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା ଓ ସବୁ […]

bolangir

Manoranjan Sial
  • Published: Friday, 14 August 2020
  • , Updated: 14 August 2020, 09:18 PM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): “ଅର୍ଡର ନାହିଁ। ମୁଁ ସରପଞ୍ଚ ଥିବାରୁ ଜିଲ୍ଲାପାଳଙ୍କ କ୍ଷମତା ନେଇ ଭାଙ୍ଗିଦେଲି।” ଏପରି କହିଛନ୍ତି ବଲାଙ୍ଗିର ଜିଲ୍ଲା ସାଲଭେଟା ପଞ୍ଚାୟତର ସରପଞ୍ଚ। ତାଙ୍କୁ ଜିଲ୍ଲାପାଳ କ୍ଷମତା ମିଳିଥିବାରୁ ସେ ତାକୁ ପ୍ରୟୋଗ କରିଛନ୍ତି। କାହାରି ନିର୍ଦ୍ଦେଶ ନଥାଇ ହାତରେ ଥିବା ଜିଲ୍ଲାପାଳ କ୍ଷମତାକୁ ପ୍ରୟୋଗ କରି ଭାଙ୍ଗି ଦେଇଛନ୍ତି ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲ୍‌ଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା ଓ ସବୁ ସ୍ୱପ୍ନ। ଏ ଦୃଶ୍ୟ କୌଣସି କୋଟିପତି କି ବଡ଼ବଡ଼ିଆଙ୍କ ଜମି ଜବରଖଲ ଉଚ୍ଛେଦର ନୁହେଁ, ବରଂ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଥିବା କିଛି ଭୂମିହୀନ ପରିବାର ଉପରେ। ସରପଞ୍ଚଙ୍କ ହୁକୁମାତି ଓ ପାଓ୍ୱାର ପ୍ଲେର ସୋ କୋଭିଡ୍‌ ମହାମାରୀ ବେଳେ। ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବାରୁ ତାକୁ ହିଁ ବ୍ୟବହାର କରି ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ନିରାଶ୍ରମାନଙ୍କ ମୁଣ୍ଡ ଉପର ଛାତକୁ ଏମିତି ଛାରଖାର କରିଦେଇଛନ୍ତି ସରପଞ୍ଚ ମହାଶୟା।

ଏବେ ନଜର ପକାଇବା ପୂରା ଘଟଣାକ୍ରମ ଉପରେ। ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲଭେଟା ପଞ୍ଚାୟତର ୬ ଆଦିବାସୀ ପରିବାରଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ଟି ଘର। ଭୂମିହୀନ ହୋଇଥିବାରୁ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ସହମତି ପରେ ସାଲଭେଟା ଗାଁରେ ଖାଲି ପଡ଼ିଥିବା ଏହି ସରକାରୀ ଜାଗାରେ ଘର ନିର୍ମାଣ ଆରମ୍ଭ ହୋଇଥିଲା। ଓ୍ୱାର୍କ ଅର୍ଡର ପାଇବା ପରେ ସରକାରୀ ଅଧିକାରୀଙ୍କ ନିୟମିତ ଦେଖାଶୁଣାରେ ଆରମ୍ଭ ହୋଇଥିଲା ନିର୍ମାଣ କାମ। ନିୟମ ଅନୁସାରେ ଦୁଇ କିସ୍ତି ଟଙ୍କା ମଧ୍ୟ ମିଳିସାରିଥିଲା। ଲହୁ-ଲୁହ ଏକାଠି କରି ସଞ୍ଚିଥିବା ଆଉ କିଛି ପୁଂଜି ମିଶାଇ ଛାତ ଯାଏଁ ମୁଣ୍ଡ ଟେକିଥିଲା ଘର। ହେଲେ କଣ ହେଲା କେଜାଣି, ୧୧ ତାରିଖ ସକାଳେ ହଠାତ ଦଳବଳସହ ପହଞ୍ଚିଥିଲେ ସରପଞ୍ଚଙ୍କ ଟିମ୍। ମାଡାମ ହେମକାନ୍ତି ମୁଣ୍ଡାଙ୍କ ନିର୍ଦ୍ଦେଶରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ ଗୋଟିଏ ପରେ ଗୋଟିଏ ଘର। ଧ୍ୱଂସର ଏ ତାଣ୍ଡବ ଲୀଳା ରଚିବା ବେଳେ ଗରିବ, ନିରୀହ, ଭୂମିହୀନ ଆଦିବାସୀଙ୍କ କାନ୍ଦ-ବୋବାଳି, ଅନୁନୟ-ବିନୟକୁ ଭ୍ରୁକ୍ଷେପ କରିନଥିଲେ ସରପଞ୍ଚ।

ଏ ଘଟଣା ପରେ ଲୋଇସିଂହା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଏତଲା ଦାଏର ହୋଇଛି। ପୁଲିସ ବୁଲଡୋଜରକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏପଟେ ଘର ଭାଙ୍ଗିବାକୁ ସରପଞ୍ଚଙ୍କ କ୍ଷମତା ନଥିବା ବିଡିଓ କହିଥିବା ବେଳେ, ସରପଞ୍ଚ କେମିତି ଭାଙ୍ଗିଲେ ତାକୁ ନେଇ ଉଠିଛି ପ୍ରଶ୍ନ?।

 

Related story