ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦାନ୍ୟତା; ରକ୍ତ ଦେଇ ବଞ୍ଚାଇଲେ ଶିଶୁର ଜୀବନ

ରେଢାଖୋଲ (ରମାନନ୍ଦ ମହାନନ୍ଦ): କଥାରେ ଅଛି ରକ୍ତ ଦାନ, ଜୀବନ ଦାନ। ଏହାର ମର୍ମ ବୁଝି ଜଣେ ୫ ବର୍ଷର ଥାଲେସେମିଆ ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଓ ହେଲପର। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କସରଡ଼ା ଗାଁରେ। ମିଳିଥିବା ସୂଚନା ଅନୁସାରେ, ଗାଁର ନିରଞ୍ଜନ ମିର୍ଧାଙ୍କ ୫ବର୍ଷର ଶିଶୁପୁତ୍ର ଅନୁଭବ ଥାଲେସେମିଆ ରୋଗରେ ପୀଡିତ ଥିଲେ। ଗତକାଲି ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ […]

redhakhol-1

Tapaswini Nayak
  • Published: Saturday, 01 August 2020
  • , Updated: 01 August 2020, 02:42 PM IST

ରେଢାଖୋଲ (ରମାନନ୍ଦ ମହାନନ୍ଦ): କଥାରେ ଅଛି ରକ୍ତ ଦାନ, ଜୀବନ ଦାନ। ଏହାର ମର୍ମ ବୁଝି ଜଣେ ୫ ବର୍ଷର ଥାଲେସେମିଆ ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଓ ହେଲପର। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କସରଡ଼ା ଗାଁରେ।

ମିଳିଥିବା ସୂଚନା ଅନୁସାରେ, ଗାଁର ନିରଞ୍ଜନ ମିର୍ଧାଙ୍କ ୫ବର୍ଷର ଶିଶୁପୁତ୍ର ଅନୁଭବ ଥାଲେସେମିଆ ରୋଗରେ ପୀଡିତ ଥିଲେ। ଗତକାଲି ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଶିଶୁକୁ ରକ୍ତର ଆବଶ୍ୟକତା ଅଛି ବୋଲି ଡାକ୍ତର କହିଥିଲେ। ସେହି ସମୟରେ ଡାକ୍ତରଖାନାରେ ସେହି ଗ୍ରୁପର ରକ୍ତ ନ ଥିଲା। ଗରିବ ବାପା ମା’ ପକ୍ଷେ ହଠାତ୍ ରକ୍ତ ଯୋଗାଡ କରିବା ସମ୍ଭବ ବି ନଥିଲା।

ଏହି ସମୟରେ ସହାୟତାର ହାତ ବଢ଼ାଇଲେ ପିଲାଟିକୁ ଡାକ୍ତରଖାନା ଆଣିଥିବା  ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସମ୍ୟ ରଞ୍ଜନ ଶତପଥି ଓ ହେଲପର ଅନୀଲ ପ୍ରଧାନ। ଏହି ଦୁଇ ଜଣଙ୍କ ରକ୍ତ ଗ୍ରୁପ ପିଲାଟିର ରକ୍ତ ଗ୍ରୁପ ସହ ମେଳ ଖାଇଥିଲା। ଶିଶୁଟିକୁ ରକ୍ତ ଦେଇ ସେମାନେ ତାର ଜୀବନ ବଞ୍ଚାଇଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

 

Related story