ଅଚାନକ ସ୍କୁଲରେ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଅଚାନକ ସ୍କୁଲ ପରିଦର୍ଶନ କରିଛନ୍ତି। ସେ ଭୁବନେଶ୍ୱର ୟୁନିଟ ୬ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଟି ସ୍କୁଲ ଯାଇ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏପରିକି ଶ୍ରୀ ଦାଶ ଶ୍ରେଣୀଗୃହକୁ ଯାଇ ଛାତ୍ରୀଙ୍କୁ ପାଠ ପଢ଼ା ସଂପର୍କରେ ପଚାରିଥିଲେ। ସବୁ ଠିକ୍‌ଠାକ ଅଛି କି ନାହିଁ, କେଉଁ ସମସ୍ୟା ଅଛି କି, ଆହୁରି କଣ ଦରକାର, […]

sss

Manoranjan Sial
  • Published: Thursday, 25 July 2019
  • , Updated: 25 July 2019, 07:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଅଚାନକ ସ୍କୁଲ ପରିଦର୍ଶନ କରିଛନ୍ତି। ସେ ଭୁବନେଶ୍ୱର ୟୁନିଟ ୬ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଟି ସ୍କୁଲ ଯାଇ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏପରିକି ଶ୍ରୀ ଦାଶ ଶ୍ରେଣୀଗୃହକୁ ଯାଇ ଛାତ୍ରୀଙ୍କୁ ପାଠ ପଢ଼ା ସଂପର୍କରେ ପଚାରିଥିଲେ। ସବୁ ଠିକ୍‌ଠାକ ଅଛି କି ନାହିଁ, କେଉଁ ସମସ୍ୟା ଅଛି କି, ଆହୁରି କଣ ଦରକାର, ସେ ସଂପର୍କରେ ଛାତ୍ରୀଙ୍କୁ ସେ ପଚାରି ବୁଝିଥିଲେ। ଏହାଛଡ଼ା ମଧ୍ୟାହ୍ନ ଭୋଜନ ଠିକରେ ଚାଲିଛି କି ନାହିଁ, ତାହା ଦେଖିଥିଲେ। ସ୍କୁଲରେ ପିଲାଙ୍କ ଉପସ୍ଥାନ କମ୍ ଦେଖି ଏଥିପ୍ରତି ଗୁରୁତ୍ୱ ଦେବାକୁ ମନ୍ତ୍ରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି-“ସିଟି ସ୍କୁଲରେ ପହଞ୍ଚିଲା ବେଳକୁ ଶ୍ରେଣୀ ଗୃହରେ ଶିକ୍ଷକ ନଥିଲେ। ସେଥିପାଇଁ ପ୍ରିନ୍ସିପାଲଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଇଛି। ସରକାରୀ ବାଳିକା ବିଦ୍ୟାଳୟରେ ସବୁ ଠିକ୍‌ଠାକ୍‌ ଚାଲିଛି।”

Related story