ଖୋର୍ଦ୍ଧା(ବଳରାମ ଲେଙ୍କା ):ଡାଳ ପଡ଼ି ଛାତ୍ର ମୃତ। ଖେଳଛୁଟିରେ ପିଲାମାନେ ଖେଳୁଥିବା ବେଳେ ହଠାତ୍ ଖସିଲା ଡାଳ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏଭି ସରକାରୀ ନୋଡାଲ ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ମଧ୍ୟାହ୍ନ ସମୟରେ ସ୍କୁଲ ପରିସରରେ ଥିବା ଏକ ଗଛର ଶୁଖିଲା ଡାଳ ଖସିପଡ଼ିବାରୁ ଗଛ ତଳେ ଠିଆ ହୋଇଥିବା ଦ୍ୱିତୀୟ ଶ୍ରେଣୀ ଛାତ୍ର ରିତେଶ ପ୍ରଧାନ ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ରିତେଶଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ନିରାକାରପୁର ଓ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।