ସିସୋରର ୨୪୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ଆବେଦନ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ସଂସ୍ଥାର ୨୪୨କୋଟି  ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଆଜି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୋର୍ଟରେ ଆବେଦନ କରିଛି। ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଆବେଦନ କରାଯାଇଛି। ଏହା ସହିତ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଓ ଭାଇ ପ୍ରଭାତ ଦାସଙ୍କ ବିରୁଦ୍ଧରେ ଇଡି କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ସିସୋର ସିକ୍ୟୁରିଟିଜି ଲିମିଟେଡ୍ ସଂସ୍ଥା ବିରୁଦ୍ଧରେ ମଧ୍ୟ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ପୂର୍ବରୁ ସିସୋର […]

sea

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 03:11 PM IST

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ସଂସ୍ଥାର ୨୪୨କୋଟି  ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଆଜି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୋର୍ଟରେ ଆବେଦନ କରିଛି। ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଆବେଦନ କରାଯାଇଛି। ଏହା ସହିତ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଓ ଭାଇ ପ୍ରଭାତ ଦାସଙ୍କ ବିରୁଦ୍ଧରେ ଇଡି କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ସିସୋର ସିକ୍ୟୁରିଟିଜି ଲିମିଟେଡ୍ ସଂସ୍ଥା ବିରୁଦ୍ଧରେ ମଧ୍ୟ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ପୂର୍ବରୁ ସିସୋର ଚିଟଫଣ୍ଡ ସଂସ୍ଥାର ୨୪୨ କୋଟି ଟଙ୍କା ସମ୍ପତ୍ତି ଆଟାଚ କରାଯାଇଥିଲା। ଏଥିରେ ଜମି, ବ୍ୟାଙ୍କ ଜମା, ସୁନା ଓ ରୁପା ରହିଛି।

ପୂର୍ବରୁ ସିସୋର ଚିଟଫଣ୍ଡ ମାମଲାରେ ପ୍ରଶାନ୍ତ ଦାସ, ପ୍ରଭାତ ଦାସ ଓ ସିସୋର ସିକ୍ୟୁରିଟିଜର ମୁଖ୍ୟ ଶୁଭଙ୍କର ନାୟକ ଗିରଫ ହୋଇ ଜେଲରେ ଅଛନ୍ତି।

Related story