Advertisment

ଧାମନଗର ଏନ୍‌ଏସିରୁ ଉଠିଲା ୧୪୪ ଧାରା

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ପରିଷଦର ଅଞ୍ଚଳ(ଏନ୍‌ଏସି)ରେ ସ୍ଥିତିରେ ସୁଧାର ଆସିଛି। ଗତକାଲି କାଲିଠୁ ଜାରି କରାଯାଇଥିବା ୧୪୪ଧାରାକୁ  ଆଜି ଭୋର ୫ଟାରୁ ଉଠାଇ ଦିଆଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗତକାଲି ଧାମନଗର ଏନ୍‌ଏସି ୯ ନମ୍ୱର ୱାର୍ଡର ୧୬ ନମ୍ୱର ବୁଥ୍‌ ଆଗରେ ରମେଶ ଲେଙ୍କା ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ହୋଇଥିଲା। ସେ ଭୋଟ୍‌ ଦେବାକୁ ଲାଇନ୍‌ରେ ଛିଡ଼ା […]

ଅଦ୍ୟତନ ହୋଇଛି
ଧାମନଗର ଏନ୍‌ଏସିରୁ ଉଠିଲା ୧୪୪ ଧାରା

Bhadrak

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ପରିଷଦର ଅଞ୍ଚଳ(ଏନ୍‌ଏସି)ରେ ସ୍ଥିତିରେ ସୁଧାର ଆସିଛି। ଗତକାଲି କାଲିଠୁ ଜାରି କରାଯାଇଥିବା ୧୪୪ଧାରାକୁ  ଆଜି ଭୋର ୫ଟାରୁ ଉଠାଇ ଦିଆଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Advertisment

ଗତକାଲି ଧାମନଗର ଏନ୍‌ଏସି ୯ ନମ୍ୱର ୱାର୍ଡର ୧୬ ନମ୍ୱର ବୁଥ୍‌ ଆଗରେ ରମେଶ ଲେଙ୍କା ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ହୋଇଥିଲା। ସେ ଭୋଟ୍‌ ଦେବାକୁ ଲାଇନ୍‌ରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଛୁରାମାଡ଼ ପରେ ଉତ୍ତ୍ୟକ୍ତ ଲୋକେ ଧାମନଗର ବଜାର ଦେଇ ଯାଇଥିବା ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଆକ୍ରମଣକାରୀ ଯୁବକକୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ସତ୍ତ୍ୱେ ଉତ୍ତେଜନା ଥମି ନଥିଲା। ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜିଲ୍ଲା ପ୍ରଶାସନ ଧାମନଗର ଏନ୍‌ଏସି ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା।

Advertisment

ଅନ୍ୟପକ୍ଷରେ ଗତକାଲି ମ୍ୟୁସିପାଲିଟିର ୨୪ ନମ୍ବର ୱାର୍ଡର ୬୫ ଓ ୬୬ ନମ୍ବର ବୁଥରେ ଭୋଟ ରିଗିଂ ଓ  ଇଭିଏମ୍ ଭଙ୍ଗାରୁଜା  ହୋଇଥିଲା। ଫଳରେ ମତଦାନ ବନ୍ଦ ରହିଥିଲା। ଆଜି ଏଠାରେ ସାନି ମତଦାନ ହେବ। ଏହି ଦୁଇଟି ବୁଥ୍‌ରେ ଅଧ୍ୟକ୍ଷ ଓ କାଉନସିଲର ପଦ ପାଇଁ ଭୋଟ୍ ହେବ।

Municipal Election Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe