ପଦ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଆଜି ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ। ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାଗତ ତ୍ରୁଟି ଅଭିଯୋଗ ଆଣି ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଦଳର ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ପଦ ଛାଡ଼ିବା ସହିତ […]

jaganath

Jitendra Garnayak
  • Published: Wednesday, 22 May 2019
  • , Updated: 22 May 2019, 01:24 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଆଜି ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ। ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାଗତ ତ୍ରୁଟି ଅଭିଯୋଗ ଆଣି ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଦଳର ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।

ପଦ ଛାଡ଼ିବା ସହିତ ସେ ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କରିଛନ୍ତି।

ଜଗନ୍ନାଥ କହିଛନ୍ତି,“ଚଳିତ ନିର୍ବାଚନରେ ରାଜ୍ୟ କଂଗ୍ରେସ ଜାଣିଶୁଣି ଖରାପ ପ୍ରଦର୍ଶନ କରିବାକୁ ଯାଉଛି। ରାଜ୍ୟ ନେତୃତ୍ୱ ପ୍ରଚାରରେ ଅବହେଳା କରିବା ସହ ତ୍ରୁଟିପୂର୍ଣ୍ଣ ରଣନୀତି ଆପଣାଇଥିଲା।”

ସେ ଆହୁରି କହିଛନ୍ତି,“କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳ ଯେପରି ଆଗକୁ ବଢ଼ିଥାନ୍ତା, ରାଜ୍ୟରେ ତାହା କରାଇ ଦିଆଗଲା ନାହିଁ। ସାଙ୍ଗଠନିକ ସ୍ଥିତି, ନିର୍ବାଚନ ପ୍ରସ୍ତୁତି ଓ ଟିକେଟ ବଣ୍ଟନ ପ୍ରକ୍ରିୟାରେ ସମନ୍ୱୟର ଘୋର ଅଭାବ ଦେଖିବାକୁ ମିଳିଥିଲା। ତେଣୁ ଦଳର ପ୍ରଦର୍ଶନ ଭଲ ହେବ ନାହିଁ।”

Related story