ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ନାଁରେ ରୁଜୁ ହେଲା ମାମଲା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ନାଁରେ ଖପ୍ରାଖୋଲ ଥାନାରେ ରୁଜୁ ହେଲା ମାମଲା। ଜାତିଗତ ଆକ୍ଷେପ ନେଇ ମାମଲା ରୁଜୁ କରିଛି ପୁଲିସ। ତେବେ ଏଠି ପ୍ରଶ୍ନ ଉଠୁଥିବ କଣ ପାଇଁ ରୁଜୁ ହେଲା ମାମଲା? କଣ ଥିଲା ସେହି ଅଭିଯୋଗ? ତେବେ ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରଠାରେ ରହିଛି ହରିଣ ଚିଡିଆଖାନା। ହରିଣମାନଙ୍କୁ ଖାଦ୍ୟ ଦେବା ତଥା ଦେଖାଶୁଣା କରିବା […]

Balangir

Balangir

Manoranjan Sial
  • Published: Friday, 28 January 2022
  • Updated: 28 January 2022, 06:32 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ନାଁରେ ଖପ୍ରାଖୋଲ ଥାନାରେ ରୁଜୁ ହେଲା ମାମଲା। ଜାତିଗତ ଆକ୍ଷେପ ନେଇ ମାମଲା ରୁଜୁ କରିଛି ପୁଲିସ। ତେବେ ଏଠି ପ୍ରଶ୍ନ ଉଠୁଥିବ କଣ ପାଇଁ ରୁଜୁ ହେଲା ମାମଲା? କଣ ଥିଲା ସେହି ଅଭିଯୋଗ?

ତେବେ ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରଠାରେ ରହିଛି ହରିଣ ଚିଡିଆଖାନା। ହରିଣମାନଙ୍କୁ ଖାଦ୍ୟ ଦେବା ତଥା ଦେଖାଶୁଣା କରିବା ପାଇଁ ଆଠ ଜଣଙ୍କୁ ଠିକା କର୍ମଚାରୀ ଭାବରେ ନିଯୁକ୍ତି ଦିଆଯାଇଥିଲା। ସେମାନେ ଦୀର୍ଘ ୨୫ ବର୍ଷ ଧରି କାମ କରି ଆସୁଥିଲେ। ତେବେ ଗତ କିଛି ଦିନ ତଳେ ସେମାନଙ୍କୁ କାମରୁ ତଡିଦିଆଯାଇଥିଲା। ଦରମା ପାଇବ କହି ଫରେଷ୍ଟର ପ୍ରିୟବ୍ରତ ମହାକୁଡ ଓ ଫରେଷ୍ଟଗାର୍ଡ ମହେନ୍ଦ୍ର କାଲସାଏ ଏକ ସାଦା କାଗଜରେ ଦସ୍ତଖତ ନେଇ ପରବର୍ତ୍ତି ସମୟରେ କାର୍ଯ୍ୟାରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ଛଟେଇ କର୍ମଚାରୀ।

କର୍ମଚାରୀମାନେ ଏ ନେଇ ଅଭିଯୋଗ କରିବା ପାଇଁ ଫରେଷ୍ଟରଙ୍କ ନିକଟକୁ ଯାଇଥିଲେ। ଅଭିଯୋଗ ଶୁଣିବା ବଦଳରେ ଫରେଷ୍ଟର ପ୍ରିୟବ୍ରତ ମହାକୁଡ ଓ ଫରେଷ୍ଟଗାର୍ଡ ମହେନ୍ଦ୍ର କାଲସାଏ ଜାତିଗତ ଆକ୍ଷେପ କରି ଗାଲିଗୁଲଜ କରିଥିବା ଅଭିଯୋଗ ହୋଇଛି। ଅଶ୍ଲୀଳ ଭାଷାରେ ଗାଲିଗୁଲଜ କରିଥିବା ନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠିକା କର୍ମଚାରୀ। କିନ୍ତୁ ପୁଲିସ କୌଣସି ପଦକ୍ଷେପ ନନେବାରୁ ଛଟେଇ କର୍ମଚାରୀମାନେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏସ୍‌ପି ଗୁହାରୀ ଶୁଣିବା ପରେ ଉଭୟ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ପାଇଁ ଖପ୍ରାଖୋଲ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଲିସ ଉଭୟଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଛଟେଇ କର୍ମାଚାରୀମାନେ ଶ୍ରମ ଅଧିକାରୀ ଓ ଡିଏଫ୍‌ଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେପଟେ ଡିଏଫଓ କହିଛନ୍ତି, ସେମାନଙ୍କୁ ଛଟେଇ କରାଯାଇନାହିଁ। ସେମାନେ ନିଜେ ନିଜେ ବାହାରି ଯାଇଛନ୍ତି। ସେମାନେ ଚାହିଁଲେ ଫାୟାର ସ୍ୱାର୍ଡରେ ନିଯୁକ୍ତି ଦିଆଯିବ ବୋଲି ଡିଏଫ୍‌ଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos