ହାତଗଣ୍ଠି ପଡ଼ିବା ପୂର୍ବରୁ ହେଲା କୋର୍ଟ ମ୍ୟାରେଜ

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ରେଜିଷ୍ଟ୍ରି ମ୍ୟାରାଜ୍ କଲେ ଚର୍ଚ୍ଚାରେ ଥିବା ଯୁବ ବୈଜ୍ଞାନିକ ଶେଷଦେବ କିସାନ। ରେଢାଖୋଲ ଉପନିବନ୍ଧକ କାର୍ଯ୍ୟାଳୟରେ ଆଇନ ଅନୁଯାୟୀ ସେ ଆଜି ବାଲେଶ୍ୱର ଜିଲ୍ଲାର ଜୟଶ୍ରୀ ଜେନାଙ୍କୁ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି। ରେଜିଷ୍ଟ୍ରି ଅଫିସର, ଆଇନଜୀବୀଙ୍କ ଉପସ୍ଥିତରେ କେକ୍ କାଟି, ଫୁଲମାଳ ଦେଇ ବିବାହ କରିଛନ୍ତି ଉଭୟ। ଆସନ୍ତା ୨୧ ତାରିଖରେ ରେଢାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ବୌଦିକ ରିତିନିତି ଅନୁଯାୟୀ ଉଭୟ ବିବାହ କରିବେ। ପରଦିନ ରହିଛି ଭୋଜି। ସୂଚନା ଥାଉକି, […]

sesa

sesa

Niranjan Mishra
  • Published: Friday, 11 November 2022
  • Updated: 11 November 2022, 06:34 PM IST

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ରେଜିଷ୍ଟ୍ରି ମ୍ୟାରାଜ୍ କଲେ ଚର୍ଚ୍ଚାରେ ଥିବା ଯୁବ ବୈଜ୍ଞାନିକ ଶେଷଦେବ କିସାନ। ରେଢାଖୋଲ ଉପନିବନ୍ଧକ କାର୍ଯ୍ୟାଳୟରେ ଆଇନ ଅନୁଯାୟୀ ସେ ଆଜି ବାଲେଶ୍ୱର ଜିଲ୍ଲାର ଜୟଶ୍ରୀ ଜେନାଙ୍କୁ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି। ରେଜିଷ୍ଟ୍ରି ଅଫିସର, ଆଇନଜୀବୀଙ୍କ ଉପସ୍ଥିତରେ କେକ୍ କାଟି, ଫୁଲମାଳ ଦେଇ ବିବାହ କରିଛନ୍ତି ଉଭୟ।

ଆସନ୍ତା ୨୧ ତାରିଖରେ ରେଢାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ବୌଦିକ ରିତିନିତି ଅନୁଯାୟୀ ଉଭୟ ବିବାହ କରିବେ। ପରଦିନ ରହିଛି ଭୋଜି।

ସୂଚନା ଥାଉକି, ସମ୍ବଲପୁର ବଲାସିଙ୍ଗା ଗାଁର ଯୁବ ବୈଜ୍ଞାନିକ ହେଉଛନ୍ତି ଶେଷଦେବ କିସାନ। ସାଧାରଣ ଗାଈ ଚରାଳିରୁ ସେ ପାଠପଢି ଡକ୍ଟରେଟ ହାସଲ କରିଛନ୍ତି। ନିଜର ସଂଘର୍ଷମୟ ଜୀବନ ପାଇଁ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ପିଲା ବେଳରୁ ଏ ପର୍ଯ୍ୟନ୍ତ ସେ ଜଣଙ୍କ ପରେ ଜଣେ ପରିଜନଙ୍କୁ ହରାଇଛନ୍ତି। ପ୍ରଥମେ ମା’, ପରେ ବାପା ଓ କୋଭିଡ୍ ମହାମାରୀ ସମୟରେ ଭଉଣୀଙ୍କୁ ସେ ହରାଇଛନ୍ତି। ଏବେ ତାଙ୍କ ପରିବାରରେ ନିଜର ବୋଲି କେହି ନାହାନ୍ତି। ବିବାହ ପରେ ପୁଣି ପରିବାର ହସି ଉଠିବ ବୋଲି ସେ ଆଶା ବାନ୍ଧିଛନ୍ତି।

ସେପଟେ ଅଭିନୟ ଦୁନିଆଁରେ ପଦ ଦେଇଥିବା ନବାଗତା ଜୟଶ୍ରୀ ବିବାହ କରିବାକୁ ନିଷ୍ପତ୍ତି ନେଇ ଶେଷଦେବଙ୍କ ହାତ ଧରିବା ମଧ୍ୟ ଅଲୋଚନାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos