ପୁଣି ଘଣ୍ଟଘଣ୍ଟା ପିଟି ପ୍ରତିବାଦ କରିବେ ସେବାୟତ

ବାରିପଦା (ମାଣିକ ଲାଲ ପାଣି): ମନ୍ଦିର ଖୋଲିବା ଦାବିରେ ୨୮ ତାରିଖ (ବୁଧବାର) ସକାଳ ୯ଟାରେ ଘଣ୍ଟଘଣ୍ଟା ପିଟି, ଶଙ୍ଖ ଫୁଙ୍କି ପୁଣି ପ୍ରତିବାଦ କରିବେ ସେବାୟତ। ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ମଠ ମନ୍ଦିର ଆଗରେ ଏଭଳି ପ୍ରତିବାଦ କରାଯିବ ବୋଲି ସଂଘର ସଭାପତି କାମେଶ୍ୱର ତ୍ରିପାଠୀ କହିଛନ୍ତି। ରବିବାର ବାରିପଦାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂଜାପଣ୍ଡା ଓ ସେବାୟତଙ୍କ ସହ […]

temple

Jitendra Garnayak
  • Published: Monday, 26 October 2020
  • , Updated: 26 October 2020, 07:48 AM IST

ବାରିପଦା (ମାଣିକ ଲାଲ ପାଣି): ମନ୍ଦିର ଖୋଲିବା ଦାବିରେ ୨୮ ତାରିଖ (ବୁଧବାର) ସକାଳ ୯ଟାରେ ଘଣ୍ଟଘଣ୍ଟା ପିଟି, ଶଙ୍ଖ ଫୁଙ୍କି ପୁଣି ପ୍ରତିବାଦ କରିବେ ସେବାୟତ। ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ମଠ ମନ୍ଦିର ଆଗରେ ଏଭଳି ପ୍ରତିବାଦ କରାଯିବ ବୋଲି ସଂଘର ସଭାପତି କାମେଶ୍ୱର ତ୍ରିପାଠୀ କହିଛନ୍ତି।

ରବିବାର ବାରିପଦାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂଜାପଣ୍ଡା ଓ ସେବାୟତଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଥିଲେ।

ସେ କହିଥିଲେ, ସରକାର ଆଜିଯାଏଁ କୋଭିଡ କଟକଣା ଦର୍ଶାଇ ମନ୍ଦିରଗୁଡ଼ିକୁ ଭକ୍ତଙ୍କ ପାଇଁ ଖୋଲିଲେନି। ଫଳରେ ବିଭିନ୍ନ ମଠ ଓ ମନ୍ଦିରର ସେବାୟତ ଓ ବ୍ରାହ୍ମଣମାନେ ଘୋର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ଆଗରୁ ମଧ୍ୟ ଘଣ୍ଟଘଣ୍ଟା ପିଟ ପ୍ରତିବାଦ କରାଯାଇଥିଲା। କିନ୍ତୁ ସରକାର ଏହାକୁ ଶୁଣିଲେ ନାହିଁ କି କିଛି ବ୍ୟବସ୍ଥା କଲେ ନାହିଁ। ସେହିଭଳି କୋରନା ସମୟରେ ଅନ୍ୟମାନଙ୍କ ପାଇଁ ସରକାର ସହାୟତା ଘୋଷଣା କରିଥିଲେ ବି ସେବାୟତଙ୍କ ଲାଗି କିଛି କରି ନାହାନ୍ତି।

ଶ୍ରୀ ତିପ୍ରାଠୀ କହିଥିଲେ, ୨୮ ତାରିଖରେ ହେବାକୁ ଥିବା ପ୍ରତିବାଦରେ ରାଜ୍ୟର ସମସ୍ତ ସେବାୟତ ଓ ସେମାନଙ୍କ ପରିବାର ସାମିଲ ହେବେ। ତେବେ ଜନସାଧାରଣ ବି ଏଥିରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି।

Related story