ନିଜାମୁଦ୍ଦିନରୁ ଫେରିଥିବା ୭୦ଜଣ ଚିହ୍ନଟ ହେଲେଣି: ବାଗଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ପଦକ୍ଷେପ ନିଆଯାଉ ଥିବାବେଳେ ଦିଲ୍ଲୀର ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ମୋଟ ୭୦ଜଣଙ୍କୁ ଚିହ୍ନଟ କରାଗଲାଣି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇକହିଛନ୍ତି ଯେ, ତବଲିଗି ଜମାତରୁ ଓଡ଼ିଶା ଫେରିଥିବା ୨୮ଜଣ ସ୍ୱଇଚ୍ଛାରେ ନିଜର ତଥ୍ୟ ପ୍ରକାଶ କରିବା ପାଇଁ ଆଗେଇ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଏବେ ଆଉ ୪୨ଜଣ ନିଜର […]

subrat

Manoranjan Sial
  • Published: Tuesday, 07 April 2020
  • , Updated: 07 April 2020, 08:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ପଦକ୍ଷେପ ନିଆଯାଉ ଥିବାବେଳେ ଦିଲ୍ଲୀର ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ମୋଟ ୭୦ଜଣଙ୍କୁ ଚିହ୍ନଟ କରାଗଲାଣି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇକହିଛନ୍ତି ଯେ, ତବଲିଗି ଜମାତରୁ ଓଡ଼ିଶା ଫେରିଥିବା ୨୮ଜଣ ସ୍ୱଇଚ୍ଛାରେ ନିଜର ତଥ୍ୟ ପ୍ରକାଶ କରିବା ପାଇଁ ଆଗେଇ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଏବେ ଆଉ ୪୨ଜଣ ନିଜର ତଥ୍ୟ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟମାନେ ଯଦି କେହି ଥିବେ ସେମାନେ ନିଜର ବିବରଣୀ ଦେବାକୁ ଆଗେଇ ଆସିବେ ବୋଲି ଶ୍ରୀ ବାଗଚୀ ଆଶା ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ତବଲିଗି ଜମାତରୁ ଓଡ଼ିଶା ଫେରିଥିବା ୨୮ଜଣଙ୍କ ନମୂନା ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୩ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏବେ ଚିହ୍ନଟ ହୋଇଥିବା ୪୨ଜଣଙ୍କ ମଧ୍ୟରୁ କେତେଜଣ ସଂକ୍ରମିତ ଅଛନ୍ତି ତାହା ସରକାର ସ୍ପଷ୍ଟ କରିନାହାନ୍ତି।

ସେହିପରି ଶ୍ରୀ ବାଗଚୀ କହିଛନ୍ତି ଯେ, ରାଜ୍ୟରେ କୋଭିଡ-୧୯ ନିୟମ ଓ ଗାଇଡଲାଇନ୍ ଉଲ୍ଳଘଂନ କରିଥିବା ଅଭିଯୋଗରେ ଏପ୍ରିଲ ୬ରୁ ୭ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ୨୪୫ଟି ମାମଲା ଦାଏର କରାଯାଇଛି। ସେଥିରୁ ୨୨୮ଟି ମାମଲା ଲକଡାଉନ୍ ସମ୍ପର୍କିତ ହୋଇଥିବାବେଳେ ୩ଟି ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଘଂନ, ୫ଟି ଗୁଜବ ସୃଷ୍ଟି, ୯ଟି କୋଭିଡ୍ -୧୯ ସମ୍ପୃକ୍ତ ନିୟମାବଳୀ ଉଲ୍ଲଘଂନ ପାଇଁ ଅନ୍ତର୍ଭୁକ୍ତ। ବିଭିନ୍ନ ଅଭିଯୋଗରେ ୩୬୬ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୫୬,୯୨୭ ଅତିଥି ଶ୍ରମଜୀବୀଙ୍କୁ ୧୮୮୨ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛି। ଏସବୁ ଅତିଥି ଶ୍ରମିକମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି। ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍ ସେଣ୍ଟର ଟୋଲ୍ ଫ୍ରି ନମ୍ବର-୧୮୦୦୩୪୫୬୭୦୩ ଜାରି କରାଯାଇଛି ବୋଲି ଶ୍ରୀ ବାଗଚୀ କହିଛନ୍ତି।

Related story