Advertisment

ଅତି ଭୟଙ୍କର ରୂପ ନେଲାଣି ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ଭୟଙ୍କର ରୂପ ନେଲାଣି ବାତ୍ୟା ‘ବୁଲ୍‌ବୁଲ୍‌’ । ଆଜି ସକାଳ ୫ଟା ୩୦ରେ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପାରାଦୀପଠାରୁ ପ୍ରାୟ ୩୯୦ କିମି ଦୂରରେ କେନ୍ଦ୍ରୀଭୂତ ‘ବୁଲ୍‌ବୁଲ୍‌’ ଏବେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ୧୦ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ […]

author-image
Niharika Rout
ଅଦ୍ୟତନ ହୋଇଛି
ଅତି ଭୟଙ୍କର ରୂପ ନେଲାଣି ‘ବୁଲ୍‌ବୁଲ୍‌’

bulbul-4-1-

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ଭୟଙ୍କର ରୂପ ନେଲାଣି ବାତ୍ୟା ‘ବୁଲ୍‌ବୁଲ୍‌’ । ଆଜି ସକାଳ ୫ଟା ୩୦ରେ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Advertisment

ପାରାଦୀପଠାରୁ ପ୍ରାୟ ୩୯୦ କିମି ଦୂରରେ କେନ୍ଦ୍ରୀଭୂତ ‘ବୁଲ୍‌ବୁଲ୍‌’ ଏବେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ୧୦ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କି.ମି. ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପକ୍ଷରେ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା  ହେବା ସହ ପବନ ମଧ୍ୟ ବହୁଛି।  ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଡାକବାଜି ଯନ୍ତ୍ର ଯୋଗେ ଆଲର୍ଟ କରାଯାଇଛି।

Advertisment