ସୁପ୍ରିମକୋର୍ଟରେ ଜରିମାନା ଟଙ୍କା ଦେବାକୁ ଆଇନଜୀବୀ କଲେ ଜୋତା ପଲିସ୍

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମ କୋର୍ଟରେ ଦାଖଲ ହେବ ଲକ୍ଷେ ଟଙ୍କା ଜରିମାନା। ଏଥିନିମନ୍ତେ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ୍ ଆଗରେ ଜୋତା ପଲିସ କରି ଟଙ୍କା ଯୋଗାଡ଼ କରିଛନ୍ତି ପୁରୀର କିଛି ଜଣାଶୁଣା ଆଇନଜୀବୀମାନେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ବେଆଇନ ବୋଲି ଅଭିଯୋଗ କରିଥିବା ପିଟିସନକାରୀଙ୍କ ଉପରେ ସୁପ୍ରିମକୋର୍ଟ ଅର୍ଥ ଦଣ୍ଡ କାରିବା ପରେ ପୁରୀରେ ଏଭଳି ଦୃଶ୍ୟ ପରିଲକ୍ଷିତ ହୋଇଛି। ଏଏସଆଇର ପଦକ୍ଷେପକୁ ଆଇନଜୀବୀମାନେ ଦୃଢ଼ ପ୍ରତିବାଦ […]

Lawer

  • Published: Monday, 06 June 2022
  • , Updated: 07 June 2022, 03:00 PM IST

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମ କୋର୍ଟରେ ଦାଖଲ ହେବ ଲକ୍ଷେ ଟଙ୍କା ଜରିମାନା। ଏଥିନିମନ୍ତେ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ୍ ଆଗରେ ଜୋତା ପଲିସ କରି ଟଙ୍କା ଯୋଗାଡ଼ କରିଛନ୍ତି ପୁରୀର କିଛି ଜଣାଶୁଣା ଆଇନଜୀବୀମାନେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ବେଆଇନ ବୋଲି ଅଭିଯୋଗ କରିଥିବା ପିଟିସନକାରୀଙ୍କ ଉପରେ ସୁପ୍ରିମକୋର୍ଟ ଅର୍ଥ ଦଣ୍ଡ କାରିବା ପରେ ପୁରୀରେ ଏଭଳି ଦୃଶ୍ୟ ପରିଲକ୍ଷିତ ହୋଇଛି। ଏଏସଆଇର ପଦକ୍ଷେପକୁ ଆଇନଜୀବୀମାନେ ଦୃଢ଼ ପ୍ରତିବାଦ କରିବା ସହ ପିଟିସନରକାରୀଙ୍କୁ ସହାୟତା ନିମନ୍ତେ ଏଭଳି ଅର୍ଥ ଯୋଗାଡ଼ କରିଥିବା କହିଛନ୍ତି।

ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଓ ତାଙ୍କର କିଛି ସହଯୋଗୀ ଓକିଲ ଏଭଳି ଜୋତା ପଲିସ କରି ଟଙ୍କା ଜମା କରିଛନ୍ତି। ଜୋତା ପଲିସ କରିଥିବା ଲୋକଙ୍କ ଠାରୁ ସେ ମାତ୍ର ୧ଟଙ୍କା ଲେଖାଏଁ ପାରିଶ୍ରମିକ ନେଇଥିଲେ।

ଏ ନେଇ ସେ କହିଛନ୍ତି, ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ଏହି ଆବେଦନ ନେଇ ଓକିଲମାନଙ୍କ ଭିତରେ ଦେଢ଼ ଘଣ୍ଟା ଯୁକ୍ତି ହେଲା। ୪୦ ପୃଷ୍ଟାର ନିର୍ଦ୍ଦେଶନାମା ବାହାରିଲା। ହେଲେ ଏହି ଶୁଣାଣି ବେଳେ ନିର୍ମାଣ କାମ ନେଇ ଏଏସଆଇ ତାଙ୍କର କିଛି ଆପତ୍ତି ନାହିଁ ବୋଲି କହିବା ପରେ ସୁପ୍ରିମକୋର୍ଟ ଆବାଦନକାରୀଙ୍କୁ ଜରିମାନା କରିଛନ୍ତି। ନିୟମ ମୁତାବକ ପ୍ରକଳ୍ପ ନିମନ୍ତେ ମଞ୍ଜୁରୀ ନ ଦେଇ, କାମ ବାବଦରେ ଅପତ୍ତି ନ ଥିବା ସୁପ୍ରିମକୋର୍ଟରେ ଠିଆ ହୋଇ ଏଏସ୍ଆଇ ଅଧିକାରୀ କହିବା ତାଙ୍କ ଦାୟିତ୍ୱହୀନତାକୁ ପ୍ରମାଣିତ କରିଛନ୍ତି।

ସୁପ୍ରିମକୋର୍ଟ ଯାଇଥିବା ଆବେଦନକାରୀ ନିଜ ସ୍ୱାର୍ଥ ପାଇଁ ନୁହେଁ ବରଂ ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ଯାଇଥିବାରୁ ତାଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ପରିଶୋଧ ନିମନ୍ତେ ସେମାନେ ଲୋକଙ୍କ ଠାରୁ ମୁଠି ଭିକ୍ଷା କରି କିମ୍ବା ଜୋତା ପଲିସ କରି ଟଙ୍କା ଏକଜୁଟ କରିବେ। କୋର୍ଟ ଯଦି ଜରିମାନା ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି ଶ୍ରୀକ୍ଷେତ୍ରରୁ ଆଦାୟ ହୋଇଥିବା ଲକ୍ଷେ ଟଙ୍କା ସୁପ୍ରିମକୋର୍ଟରେ ଦାଖଲ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ଏଭଳି ନିଆରା ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Related story