ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ସପିଂ ମଲ୍‌ ଖୋଲି ପାରିବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଅନୁମତି ଦେଇଛି। ସପିଂ ମଲ୍‌ ଖୋଲିବା ନେଇ SOP ଜାରି କଲା BMC। ମଲ୍‌ ପରିସରରେ ଫୁଡ୍‌ କୋର୍ଟ, ଇଟେରୀ ଆଇଟମ୍‌ ଖୋଲିବନି। ଗେମ୍‌ ଜୋନ/ପିଲାଙ୍କ ପାଇଁ ଖେଳିବା ଏରିଆ ଖୋଲିପାରିବନି। ଏହାଛଡ଼ା ମଲ୍‌ ଭିତରେ ଥିବା ସିନେମା ହଲ୍‌, ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଫନ୍‌ ଜୋନ୍‌ ବନ୍ଦ ରହିବ ବୋଲି ବିଏମ୍‌ସି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ବିଏମ୍‌ସି ଗାଇଡ୍‌ଲାଇନ୍‌ଲେ […]

es

es

Manoranjan Sial
  • Published: Saturday, 01 August 2020
  • Updated: 02 August 2020, 03:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ସପିଂ ମଲ୍‌ ଖୋଲି ପାରିବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଅନୁମତି ଦେଇଛି। ସପିଂ ମଲ୍‌ ଖୋଲିବା ନେଇ SOP ଜାରି କଲା BMC। ମଲ୍‌ ପରିସରରେ ଫୁଡ୍‌ କୋର୍ଟ, ଇଟେରୀ ଆଇଟମ୍‌ ଖୋଲିବନି। ଗେମ୍‌ ଜୋନ/ପିଲାଙ୍କ ପାଇଁ ଖେଳିବା ଏରିଆ ଖୋଲିପାରିବନି। ଏହାଛଡ଼ା ମଲ୍‌ ଭିତରେ ଥିବା ସିନେମା ହଲ୍‌, ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଫନ୍‌ ଜୋନ୍‌ ବନ୍ଦ ରହିବ ବୋଲି ବିଏମ୍‌ସି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

ବିଏମ୍‌ସି ଗାଇଡ୍‌ଲାଇନ୍‌ଲେ ଆଉହୁରି ଉଲ୍ଲେଖ କରାଯାଇଛି ଯେ, ମଲ୍‌ ପରିସରରେ କୌଣସି ପ୍ରକାଶ ପ୍ରମୋସନାଲ୍‌ କାର୍ଯ୍ୟକ୍ରମ ହୋଇପାରିବନାହିଁ। ମଲ୍‌ରେ କାର୍ଯ୍ୟରତ କର୍ମଚାରୀ ଓ ଗ୍ରାହକମାନେ ଆରୋଗ୍ୟ ସେତୁ ଆପ୍‌ ଏବଂ ସଚେତନ ଆପ୍‌ ଡାଉନ୍‌ଲୋଡ୍‌ କରିବେ। ମଲ୍‌ର ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ କରିବାକୁ ବ୍ୟାଧ୍ୟତାମୂଳକ କରାଯାଇଛି। ଜ୍ୱର/ଥଣ୍ଡା ହୋଇଥିଲେ କୌଣସି ଗ୍ରହକ ମଲ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ।

ମଲ୍‌ ଭିତରକୁ ପ୍ରବେଶ ବେଳେ ସମସ୍ତଙ୍କୁ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ। ଏହାଛଡ଼ା ମଲ୍‌ କର୍ମଚାରୀ ଓ ଗ୍ରାହକଙ୍କ ଭିତରେ ଦୂରତା ଅତି କମ୍‌ରେ ୬ ଫୁଟ୍‌ ରହିବ। ମଲ୍‌ରେ ଅଧିକ ସଂଖ୍ୟକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଏହାଛଡ଼ା ମଲ୍‌ ଭିତରେ ଏସି ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ସେଲ୍‌ସିୟସ୍ ଓ ଆଦ୍ରତା ୪୦ରୁ ୭୦% ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos