ଶୁଭ୍ରାଂଶୁଙ୍କୁ ଶତ ପ୍ରଣାମ, ପ୍ରେମିକ ହେବ ତ ଏମିତି

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): କିଏ କହିଲା, ପ୍ରେମରେ ଅଛି ଧୋକା? କିଏ କହିଲା, ପ୍ରେମରେ ଅଛି ପ୍ରତିରଣା? ଏ ସବୁକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଶୁଭ୍ରାଂଶୁ। ପ୍ରେମ ଚିରନ୍ତନ ଓ ଶାଶ୍ୱତ ବୋଲି ପ୍ରମାଣିତ କରିଛନ୍ତି ସେ। ନାନା ଦୁଃଖ ଓ ଯନ୍ତ୍ରଣା ପରେ ଶେଷରେ ତାଙ୍କ ପ୍ରେମ ନେଇଛି ବିବାହର ରୂପ। ବେଦୀର ହୋମ ନିଆଁ ପାଖରେ ପ୍ରେମିକାଙ୍କୁ ହ୍ୱିଲ୍‌ ଚେୟାରରେ ବସାଇ ବାହା ହୋଇଛନ୍ତି ଶୁଭ୍ରାଂଶୁ। ଏମିତି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ […]

Balasore

  • Published: Saturday, 19 November 2022
  • , Updated: 19 November 2022, 07:13 PM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): କିଏ କହିଲା, ପ୍ରେମରେ ଅଛି ଧୋକା? କିଏ କହିଲା, ପ୍ରେମରେ ଅଛି ପ୍ରତିରଣା? ଏ ସବୁକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଶୁଭ୍ରାଂଶୁ। ପ୍ରେମ ଚିରନ୍ତନ ଓ ଶାଶ୍ୱତ ବୋଲି ପ୍ରମାଣିତ କରିଛନ୍ତି ସେ। ନାନା ଦୁଃଖ ଓ ଯନ୍ତ୍ରଣା ପରେ ଶେଷରେ ତାଙ୍କ ପ୍ରେମ ନେଇଛି ବିବାହର ରୂପ। ବେଦୀର ହୋମ ନିଆଁ ପାଖରେ ପ୍ରେମିକାଙ୍କୁ ହ୍ୱିଲ୍‌ ଚେୟାରରେ ବସାଇ ବାହା ହୋଇଛନ୍ତି ଶୁଭ୍ରାଂଶୁ। ଏମିତି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ।

ଖଇରା ଅଞ୍ଚଳର ଦେବସ୍ମିତା ପଣ୍ଡା ଓ ଔପଦା ଅଞ୍ଚଳର ଶୁଭ୍ରାଂଶୁ ମହାପାତ୍ର ସୋର ଉପେନ୍ଦ୍ରନାଥ କଲେଜରେ ପାଠ ପଢ଼ୁଥିଲେ। ସେଇଠି ଉଭୟଙ୍କ ଭିତରେ ହୋଇଥିଲା ଦେଖା। ଉଭୟଙ୍କ ଷ୍ଟ୍ରିମ୍‌ ଅଲଗା ଥିଲା। ଦେବସ୍ମିତା ଗୋଟିଏ ବର୍ଷ ଜୁନିୟର ମଧ୍ୟ ଥିଲେ । ହେଲେ ପ୍ରଥମ ଦେଖାରେ ପରସ୍ପରକୁ ଭଲ ପାଇଥିଲେ। କିନ୍ତୁ କେହି କାହାକୁ କରିପାରୁନଥିଲେ। ଫ୍ରେଣ୍ଡ, ଫିଲୋସପର ଓ ଗାଇଡ୍‌ ଏମିତି କେତେ କ’ଣ ସଜ୍ଞା ଭିତରେ ଛନ୍ଦି ହୋଇ ପଡ଼ୁଥିଲା ଦେବସ୍ମିତା ଓ ଶୁଭ୍ରାଂଶୁଙ୍କ ସମ୍ପର୍କ। ଆଉ ଛାତି ଭିତରେ ଜାବୁଡ଼ି ଧରିଥିଲେ ନିଜର ଓଠର ପରିଭାଷାକୁ। ଫ୍ରେଣ୍ଡସିପ୍‌ର ପରିଚୟ ନେଇ ଉଭୟ କଲେଜ କ୍ୟାମ୍ପସରେ ଘୂରି ବୁଲୁଥିଲେ।

[caption id="attachment_782770" align="aligncenter" width="650"] ପରିବାର ଓ ବନ୍ଧୁ ପରିଜନଙ୍କ ଗହଣରେ ଦେବସ୍ମିତା ଓ ଶୁଭ୍ରାଂଶୁ[/caption]

୨୦୧୫ ମସିହାରେ ଶୁଭ୍ରାଂଶୁ ବିଜ୍ଞାନରେ ଗ୍ରାଜୁଏସନ୍‌ ପାସ୍‌ କଲେ। ପରେ ସେ ଚାଲିଗଲେ ଉତ୍କଳ ବିଶ୍ୱବିଦ୍ୟାଳୟକୁ। ସେଠାରେ ରସାୟନ ବିଜ୍ଞାନରେ ପିଜି ପଢ଼ିଲେ। ହେଲେ ଉପେନ୍ଦ୍ରନାଥ କଲେଜରେ ଛାଡ଼ି ଆସିଥିବା ଅଧା ପ୍ରେମକୁ ମନେ ମନେ ଖୋଜୁଥିଲେ। ନିଜକୁ ଭାରି ଏକୁଟିଆ ମନେ କରୁଥିଲେ। ଶେଷରେ ନିଜ ମନ ମାନସୀ ‘ଦେବସ୍ମିତା’ଙ୍କୁ ପ୍ରପୋଜ୍‌ କରିଥିଲେ ଶୁଭ୍ରାଂଶୁ। ପ୍ରେମିକଙ୍କ ପ୍ରେମ ନିବେଦନକୁ ହସି ହସି ଗ୍ରହଣ କରିଥିଲେ ଦେବସ୍ମିତା। ଆଉ ତା’ପରେ ଦୀର୍ଘ ଦିନର ବନ୍ଧୁତା ପ୍ରେମର ରୂପ ନେଇଥିଲା।

୨୦୧୬ ମସିହା ଦେବସ୍ମିତା ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ପିଜି କରିବା ପାଇଁ ପୁରୀ ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସଂସ୍କୃତରେ ପିଜି କଲେ। ଦେବସ୍ମିତା ପୁରୀରେ ରହିଲେ ଓ ଶୁଭ୍ରାଂଶୁ ଭୁବନେଶ୍ୱରରେ। ପରେ ଉଭୟ ନିଜ ପ୍ରେମ ସମ୍ପର୍କକୁ ନେଇ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକ ମଧ୍ୟ ଦେବସ୍ମିତା ଓ ସୁଭ୍ରାଂଶୁଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକୃତି ଦେଇଥିଲେ।

[caption id="attachment_782780" align="aligncenter" width="650"] ଦେବସ୍ମିତା ଓ ଶୁଭ୍ରାଂଶୁ[/caption]

୨୦୧୯ ମସିହା ଏପ୍ରିଲ୍‌ ମାସରେ ବାହାଘର ପାଇଁ ତିଥି ନିର୍ଦ୍ଧାରିତ ହୋଇଥିଲା। ନିର୍ବନ୍ଧ ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଦେବସ୍ମିତା। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ସ୍ଥିତି ଗୁରୁତର ଥିବାରୁ ଦେବସ୍ମିତାଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରେମିକାଙ୍କ ଦେହ ଅସୁସ୍ଥ କଥା ଶୁଣି ମେଡ଼ିକାଲ୍‌ ଧାଇଁ ଯାଇଥିଲେ ଶୁଭ୍ରାଂଶୁ। ପ୍ରେମିକାଙ୍କ ପାଖେ ପାଖେ ରହିଲେ। ତାଙ୍କ ସେବା କଲେ। ଦେବସ୍ମିତା ସ୍ନାୟୁ ରୋଗରେ ପୀଡ଼ିତ ଥିବାରୁ ଉଠି ପାରୁନଥିଲେ କି ବସି ପାରୁନଥିଲେ। ଚାଲିବା ତ ଦୂରର କଥା। ଏହି ରୋଗ ପାଇଁ ସେମିତି କିଛି ଔଷଧ ବାହାରିନଥିବାରୁ ଭଗବାନଙ୍କ ଭରସାରେ ଜିଇଁଥିଲେ ଦେବସ୍ମିତା। ପରେ ତାଙ୍କୁ ପ୍ରାଇଭେଟ୍‌ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

[caption id="attachment_782782" align="aligncenter" width="650"] ଦେବସ୍ମିତା ଓ ଶୁଭ୍ରାଂଶୁ[/caption]

ମେଡ଼ିକାଲ୍‌ରେ ରହଣି ବେଳେ ଦେବସ୍ମିତାଙ୍କୁ ବୁଝାଉଥିଲେ ଶୁଭ୍ରାଂଶୁ। ହେଲେ କିଛି ଶୁଣିବା ମୁଡ୍‌ରେ ନଥିଲେ ଦେବସ୍ମିତା। ଛଳ ଛଳ ଆଖିରେ ସବୁ କିଛି ଭୁଲି ଯିବା ପାଇଁ କହୁଥିଲେ। କିନ୍ତୁ ଶୁଭ୍ରାଂଶୁ ତାଙ୍କଠାରୁ ଦୂରେଇ ଯାଇନଥିଲେ। ତାଙ୍କୁ ବୁଝାଉଥିଲେ। ସବୁ ଠିକ୍‌ ହୋଇଯିବ ବୋଲି କଥା ଦେଉଥିଲେ ଶୁଭ୍ରାଂଶୁ।

ଶେଷରେ ଶୁଭ୍ରାଂଶଙ୍କ କଥା ଧୀରେ ଧୀରେ ସତ ହେଲା। ଭଗବାନଙ୍କ ଆଶୀର୍ବାଦ ହେଉ ବା ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ, ଧୀରେ ଧୀରେ ଆରୋଗ୍ୟ ହେବା ଆରମ୍ଭ କଲେ ଦେବସ୍ମିତା। ଉଠି ପାରୁନଥିବା ଓ ବସି ପାରୁନଥିବା ଦେବସ୍ମିତା ବସିପାରିଲେ। ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଲେ।  ଡାକ୍ତରଙ୍କଠାରୁ ଏ ଖୁସି ଖବର ଶୁଣି ଦୁଇ ପ୍ରେମପକ୍ଷୀ ବେଶ୍‌ ଉତ୍ସାହିତ ହୋଇଥିଲେ। ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଆଗକୁ ନେବା ପାଇଁ ପୁଣି ଥରେ ଦେଖିଥିଲେ ସୁନେଲୀ ସ୍ୱପ୍ନ। ପରିବାର ଲୋକଙ୍କୁ ଏ ବିଷୟରେ କହିଥିଲେ।

ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ନଭେମ୍ୱର ୪ ତାରିଖରେ ହୋଇଛି ବାହାଘର। ପ୍ରେମ ସମ୍ପର୍କ ନେଇଛି ବିବାହର ରୂପ। ଚାଲି ପାରୁନଥିବା ଦେବସ୍ମିତା ବେଦୀ ପାଖରେ ହ୍ୱିଲ୍‌ ଚେୟାରରେ ବସିଥିଲେ। ଆଉ ତାଙ୍କ ବେକରେ ବରଣାମାଳ ପକାଇ ପତ୍ନୀ ଭାବେ ଗ୍ରହଣ କରିଥିଲେ ଶୁଭ୍ରାଂଶୁ।

Related story