କଟକ(ଓଡ଼ିଶା ରିପୋର୍ଟର): କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍ଡାଉନ୍ ଅବଧି। ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ଶଟ୍ଡାଉନ୍। ବର୍ତ୍ତମାନ ‘କରୋନା’ ସ୍ଥିତିକୁ ଦେଖି ଆସନ୍ତାକାଲି ଶେଷ ହେବାକୁ ଥିଲା କଟକ ସହର ଶଟ୍ଡାଉନ୍ ଅବଧି। ତେବେ ୧୦ ତାରିଖ ଶୁକ୍ରବାର ଯାଏଁ ବୃଦ୍ଧି କରାଯାଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ(ସିଏମ୍ସି)। ୧୧ ତାରିଖ ଶନିବାର ଓ ୧୨ ତାରିଖ ରବିବାର ପୂରା ଜିଲ୍ଲାରେ ସପ୍ତାହାନ୍ତ ଶଟ୍ଡାଉନ୍ ରହିବ। ୧୦ ତାରିଖ ଯାଏଁ ସକାଳ ୫ଟାରୁ ସା ୬ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।
ସିଏମ୍ସି ଅଞ୍ଚଳରେ ୧୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୭୪ ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
https://twitter.com/CMCCuttack/status/1280520864098930689?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କାଲି ଓଡ଼ିଶା ଆସୁଛନ୍ତି ମୋଦି, ରାଜଧାନୀରେ ଚେକିଂ କଡ଼ାକଡ଼ି
ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ।
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Crime
ପୁଲିସ୍ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ
ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍ କରିଥିଲେ।