ପ୍ରଥମ ଉଦ୍ୟମରେ ବାଜିମାତ କଲେ ବାଲେଶ୍ୱରର ଝିଅ, ଜାଣନ୍ତି ବୟସ କେତେ ?

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଅଳ୍ପ ବୟସରେ ବିରାଟ ସଫଳତା।  ଦେଶର ସର୍ବକନିଷ୍ଠ ଆଇଏସ୍ ଅଧିକାରୀଭାବେ ମାତ୍ର ୨୨ବର୍ଷ ବୟସରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ସିମି କରଣ । ସର୍ବଭାରତୀୟ ୟୁପିଏସସି ପରୀକ୍ଷାରେ ୩୧ ତମ ରାଙ୍କ ପାଇ ସିମି ସର୍ବକନିଷ୍ଠ ସିଭିଲ ସର୍ଭିସ କୃତୀତ୍ୱ ଭାବେ ଏକ ବିରଳ ରେକର୍ଡ଼ ସ୍ଥାପନ କରିଛନ୍ତି। ସିମିଙ୍କ ଘର ହେଉଛି ବାଲେଶ୍ୱରର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗାଁରେ। ଛତିଶଗଡ଼ର ଭିଲାଇରେ ରହୁଥିବା ସିମି କରଣ ହେଉଛନ୍ତି ଆଇଆଇଟି ମୁମ୍ବାଇର […]

709-2

Tapas Behera
  • Published: Wednesday, 05 August 2020
  • , Updated: 05 August 2020, 09:24 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଅଳ୍ପ ବୟସରେ ବିରାଟ ସଫଳତା।  ଦେଶର ସର୍ବକନିଷ୍ଠ ଆଇଏସ୍ ଅଧିକାରୀଭାବେ ମାତ୍ର ୨୨ବର୍ଷ ବୟସରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ସିମି କରଣ । ସର୍ବଭାରତୀୟ ୟୁପିଏସସି ପରୀକ୍ଷାରେ ୩୧ ତମ ରାଙ୍କ ପାଇ ସିମି ସର୍ବକନିଷ୍ଠ ସିଭିଲ ସର୍ଭିସ କୃତୀତ୍ୱ ଭାବେ ଏକ ବିରଳ ରେକର୍ଡ଼ ସ୍ଥାପନ କରିଛନ୍ତି। ସିମିଙ୍କ ଘର ହେଉଛି ବାଲେଶ୍ୱରର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗାଁରେ। ଛତିଶଗଡ଼ର ଭିଲାଇରେ ରହୁଥିବା ସିମି କରଣ ହେଉଛନ୍ତି ଆଇଆଇଟି ମୁମ୍ବାଇର ଛାତ୍ରୀ। ସେ ପ୍ରଥମ ଉଦ୍ୟମରେ ହିଁ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି।

୨୦୧୯ରେ ସେ ସେଠାରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିଲେ। ପିତା ଭିଲାଇ ଷ୍ଟିଲ ପ୍ଲାଣ୍ଟର ଫାଇନାନ୍ସ ବିଭାଗରେ ଜେନେରାଲ ମ୍ୟାନେଜର ଭାବେ କାର୍ଯରତ। ତାଙ୍କ ପିତା ମାତା, ଶିକ୍ଷକ ଓ ବନ୍ଧୁମାନଙ୍କୁ ସେ ଏହି ସଫଳତାର ଶ୍ରେୟ ଦେଇଛନ୍ତି। ନାରୀ ସଶକ୍ତିକରଣକୁ ନେଇ ଅନେକ କିଛି କରିବାକୁ ଇଚ୍ଛା ରହିଛି ବୋଲି ସେ କହିଛନ୍ତି।

Related story