ବଦଳିବ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଠ୍ୟକ୍ରମ

ଭୁବନେଶ୍ୱର: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଠ୍ୟକ୍ରମ ବଦଳିବ। ସାମ୍ପ୍ରତିକ ସ୍ଥିତି ଅନୁସାରେ ସିଲାବସରେ କିଛି ନୂଆ ବିଷୟ ସାମିଲ କରିବାକୁ ଓଡ଼ିଶା ଶିକ୍ଷା ବିକାଶ ସମତି ନିଷ୍ପତ୍ତି ନେଇଛି। ରାଜ୍ୟର ସମସ୍ତ ଶିଶୁ ବିଦ୍ୟା ମନ୍ଦିରରେ ନୂଆ ସିଲାବସ ଆଧାରରେ ଆସନ୍ତା ଶିକ୍ଷା ବର୍ଷରୁ ପାଠପଢ଼ା ହେବ ବୋଲି ଜଣାପଡିଛି। ରାଜ୍ୟର ସବୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକମାନଙ୍କୁ ନେଇ ଗଠିତ ଶିକ୍ଷା ବିକାଶ ସମିତି ବୈଠକରେ ବର୍ତ୍ତମାନ ସ୍ଥିତିରେ ପାଠପଢାର ରୂପରେଖ କିପରି ରହିବ, […]

sisu mandira

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 03:03 PM IST

ଭୁବନେଶ୍ୱର: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଠ୍ୟକ୍ରମ ବଦଳିବ। ସାମ୍ପ୍ରତିକ ସ୍ଥିତି ଅନୁସାରେ ସିଲାବସରେ କିଛି ନୂଆ ବିଷୟ ସାମିଲ କରିବାକୁ ଓଡ଼ିଶା ଶିକ୍ଷା ବିକାଶ ସମତି ନିଷ୍ପତ୍ତି ନେଇଛି। ରାଜ୍ୟର ସମସ୍ତ ଶିଶୁ ବିଦ୍ୟା ମନ୍ଦିରରେ ନୂଆ ସିଲାବସ ଆଧାରରେ ଆସନ୍ତା ଶିକ୍ଷା ବର୍ଷରୁ ପାଠପଢ଼ା ହେବ ବୋଲି ଜଣାପଡିଛି।

ରାଜ୍ୟର ସବୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକମାନଙ୍କୁ ନେଇ ଗଠିତ ଶିକ୍ଷା ବିକାଶ ସମିତି ବୈଠକରେ ବର୍ତ୍ତମାନ ସ୍ଥିତିରେ ପାଠପଢାର ରୂପରେଖ କିପରି ରହିବ, ଏହା ପିକରି ଛାତ୍ରଛାତ୍ରୀଙ୍କ ଉପଯୋଗୀ ହୋଇପାରିବ ତାହାକୁ ନେଇ ମାନସ ମନ୍ଥନ କରାଯାଇଛି। ବର୍ତ୍ତମାନର ଆବଶ୍ୟକତାକୁ ଦେଖି ସିଲାବସରେ ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକନୋଲୋଜି ବା ଆଇସିଟି ଭଳି କିଛି ନୂଆ ବିଷୟ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିବା ଶିକ୍ଷା ବିକାଶ ସମତି ସଂଗଠନ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତ କହିଛନ୍ତି।

କେବଳ ସିଲାବସ ନୁହେଁ,  ପାଠପଢ଼ା ଶୈଳୀ ଓ ପରୀକ୍ଷା ଶୈଳୀରେ ପରିବର୍ତ୍ତନ ଲାଗି ମଧ୍ୟ ବିଚାର ବିମର୍ଶ ହୋଇଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ୯୭୨ଟି ସରସ୍ୱତୀ ବିଦ୍ୟାମନ୍ଦିରରେ ଏବେ ୩ ଲକ୍ଷ ୬୧ ହଜାର ୮୦୬ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି।

Related story