Advertisment

ଜଙ୍ଗଲ ଭିତରେ ଷଷ୍ଠ ଶତାବ୍ଦୀର ମନ୍ଦିର, କଳାପାହାଡ଼ ଭାଙ୍ଗିଥିବା ଅନୁମାନ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଘଞ୍ଚ ଜଙ୍ଗଲ ଭିତରେ ଠାବ ହେଲା ବହୁ ପ୍ରାଚୀନ ମନ୍ଦିରର ଭଗ୍ନାଂଶ। ଷଷ୍ଠ ଶତାବ୍ଦୀରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ କଳାପାହାଡ଼ ଭାଙ୍ଗିଥିବା ଅନୁମାନ କରାଯାଉଛି। ଏପରି ପ୍ରଚୀନ ମନ୍ଦିର ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ସଂଖଯୋଡ଼ି ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି। ମନ୍ଦିର ଶୈଳୀକୁ ଦେଖିଲେ ଏହା ଷଷ୍ଠ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଉଛି। ଚୋଡ଼ଗଙ୍ଗ ଦେବ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି। ତେବେ ତ୍ରୟୋଦଶ ଶତାବ୍ଦୀରେ କଳାପାହାଡ଼ ମନ୍ଦିରକୁ […]

ଅଦ୍ୟତନ ହୋଇଛି
ଜଙ୍ଗଲ ଭିତରେ ଷଷ୍ଠ ଶତାବ୍ଦୀର ମନ୍ଦିର, କଳାପାହାଡ଼ ଭାଙ୍ଗିଥିବା ଅନୁମାନ

temple

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଘଞ୍ଚ ଜଙ୍ଗଲ ଭିତରେ ଠାବ ହେଲା ବହୁ ପ୍ରାଚୀନ ମନ୍ଦିରର ଭଗ୍ନାଂଶ। ଷଷ୍ଠ ଶତାବ୍ଦୀରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ କଳାପାହାଡ଼ ଭାଙ୍ଗିଥିବା ଅନୁମାନ କରାଯାଉଛି। ଏପରି ପ୍ରଚୀନ ମନ୍ଦିର ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ସଂଖଯୋଡ଼ି ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି।

Advertisment

ମନ୍ଦିର ଶୈଳୀକୁ ଦେଖିଲେ ଏହା ଷଷ୍ଠ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଉଛି। ଚୋଡ଼ଗଙ୍ଗ ଦେବ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି। ତେବେ ତ୍ରୟୋଦଶ ଶତାବ୍ଦୀରେ କଳାପାହାଡ଼ ମନ୍ଦିରକୁ ଭାଙ୍ଗି ଦେଇଥିବା ସ୍ଥାନୀୟ ଐତିହାସିକ ମତ ଦେଇଛନ୍ତି। ଏହା ଏକ ଶୈବ ମନ୍ଦିର ହୋଇଥିବାରୁ ଚୋଡ଼ଗଙ୍ଗଦେଵଙ୍କ ନାମାନୁସାରେ ଠାକୁରଙ୍କ ନାଁ ଗଙ୍ଗେଶ୍ୱର ରଖାଯାଇଛି। ତେବେ ଘଞ୍ଚ ଜଙ୍ଗଲ ଭିତରେ ଉଚ୍ଚ କୋଟିର କାରୁକାର୍ଯ୍ୟ ସମ୍ପନ୍ନ ଏହି ମନ୍ଦିର ଠାବ ଅନେକଙ୍କୁ ବିସ୍ମିତ କରିଛି। ଆଜି ପର୍ଯ୍ୟନ୍ତ ଏହି ସ୍ଥାନକୁ ଗମନାଗମନ ବ୍ୟବସ୍ଥା ହୋଇନି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଅଧିକ ପଢନ୍ତୁ : ମହାନଦୀ ଗର୍ଭରେ ଠାବ ହୋଇଥିବା ପ୍ରାଚୀନ ଗୋପିନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ

Advertisment
Odisha Heritage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe