ସାପ ଜହରର ମୂଲ୍ୟ ଦେଢ କୋଟି, ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ସାପ ଜହର ମୂଲ୍ୟ ଦେଢ କୋଟି ଟଙ୍କା।  ଏହାକୁ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଗରାଖ ସାଜି ୨ ଜଣଙ୍କୁ ମାଡ଼ି ବସିଛି ପୁଲିସ୍‌। ଏପରି ଏକ ସାପ ବିଷ ସ୍ମଗଲିଂ ରାକେ୍ଟର ପର୍ଦ୍ଦାଫାଶ କରିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ୍‌। ଦେବଗଡ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ଗାଁଠାରେ ଚଢାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୁଲିସ୍‌ । ଏଥିସହ ସମ୍ବଲପୁର ଜିଲ୍ଲାର […]

snake poision

Niharika Rout
  • Published: Saturday, 20 November 2021
  • , Updated: 20 November 2021, 12:43 PM IST

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ସାପ ଜହର ମୂଲ୍ୟ ଦେଢ କୋଟି ଟଙ୍କା।  ଏହାକୁ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଗରାଖ ସାଜି ୨ ଜଣଙ୍କୁ ମାଡ଼ି ବସିଛି ପୁଲିସ୍‌। ଏପରି ଏକ ସାପ ବିଷ ସ୍ମଗଲିଂ ରାକେ୍ଟର ପର୍ଦ୍ଦାଫାଶ କରିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ୍‌।

ଦେବଗଡ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ଗାଁଠାରେ ଚଢାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୁଲିସ୍‌ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ  । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ।

[caption id="attachment_693235" align="aligncenter" width="650"] ସାପ ଜହର ବିକୁଥିବା ୨ ଜଣ ଅଟକ ।[/caption]

ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ ଏହି ସାପ ବିଷ କୁଆଡ଼େ ଚାଲାଣ ହୋଇଥାନ୍ତି ତାହାର ତନାଘନା ଚଳାଇଛି ପୁଲିସ୍‌।

Related story