ମୁଁ ତୁମକୁ ବହୁତ ମିସ୍‌ କରିବି... ମିଳିଲା ଆଦିତ୍ୟଙ୍କ ସୁଇସାଇଡ୍‌ ନୋଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁ ଦୁଇ ଦିନ ପରେ ମିଳିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସୁଇସାଇଡ୍‌ ନୋଟ୍‌। ଯେଉଁଥିରେ ରହିଛି ମୃତ୍ୟୁର ରହସ୍ୟ। ଯାହା ଏବେ ସୋଶାଲ୍‌ ମିଡ଼ିଆରେ ଘୂରି ବୁଲୁଛି। ଏଥିରେ ସେ ଯୁବକ ସମାଜକୁ ଦେଇଛନ୍ତି ବାର୍ତ୍ତା। ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁକ୍ଷେତ୍ରରେ ନିଜକୁ ଶକ୍ତିଶାଳୀ କରି ଗଢ଼ିତୋଳିବାକୁ ପରାମର୍ଶ ଦେଇଛନ୍ତି। ଯଦି ଏମିତି ନକରିବ, ତାହାହେଲେ ସେମାନେ ତୁମର ବଞ୍ଚିବା ମୁସ୍କିଲ କରିଦେବେ ବୋଲି ଆଦିତ୍ୟ ତାଙ୍କ ଡାଏରୀରେ ଲେଖିଛନ୍ତି। […]

aditya-dash

aditya-dash

Manoranjan Sial
  • Published: Wednesday, 08 July 2020
  • Updated: 08 July 2020, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁ ଦୁଇ ଦିନ ପରେ ମିଳିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସୁଇସାଇଡ୍‌ ନୋଟ୍‌। ଯେଉଁଥିରେ ରହିଛି ମୃତ୍ୟୁର ରହସ୍ୟ। ଯାହା ଏବେ ସୋଶାଲ୍‌ ମିଡ଼ିଆରେ ଘୂରି ବୁଲୁଛି। ଏଥିରେ ସେ ଯୁବକ ସମାଜକୁ ଦେଇଛନ୍ତି ବାର୍ତ୍ତା। ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁକ୍ଷେତ୍ରରେ ନିଜକୁ ଶକ୍ତିଶାଳୀ କରି ଗଢ଼ିତୋଳିବାକୁ ପରାମର୍ଶ ଦେଇଛନ୍ତି। ଯଦି ଏମିତି ନକରିବ, ତାହାହେଲେ ସେମାନେ ତୁମର ବଞ୍ଚିବା ମୁସ୍କିଲ କରିଦେବେ ବୋଲି ଆଦିତ୍ୟ ତାଙ୍କ ଡାଏରୀରେ ଲେଖିଛନ୍ତି।

ଆଦିତ୍ୟ ଲେଖିଛନ୍ତି- ପ୍ରିୟ ପପୁ, ବିକାଶ ଓ ପିପୁଲ୍‌ ଫର୍‌ ସେବାର ସଦସ୍ୟମାନେ। ମୃତ୍ୟୁ କେବେବେଳେ କେଉଁ ବାଟରେ ଆସି କାହାପାଖରେ ପହଞ୍ଚି ଯାଏ, ସେକଥା କେହିବି ଜାଣିନାହାନ୍ତି। ଆଜି ଠିକ୍‌ ସେମିତି ମୋ’ ପାଖରେ ଆସି ମୃତ୍ୟୁ ଉପସ୍ଥିତ। କୁହନ୍ତି କି ଯିଏ ଯେତେଦିନ ପାଇଁ ଏ ଦୁନିଆକୁ ଆସିଛି, ସେତେଦିନ ହିଁ ରହିବ। ମୋର ବୋଧେ ଶେଷ ସମୟ ଆସି ଯାଇଛି। ବହୁତ ଆଶା ଥିଲା ବୃଦ୍ଧାଶ୍ରମ ପାଇଁ ନିଜର ଗୋଟିଏ ଘର କରିବି ବୋଲି। କିନ୍ତୁ ଭଗବାନ ବୋଧେ ଚାହୁନଥିଲେ। ସେ ଯାହାବି ହେଉ ମୁଁ ଗଲା ପରେ ତୋତେ ଆଉ ବିକାଶ ଓ ପିଏଫ୍‌ଏସ୍‌ର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ରମର ଦାୟିତ୍ୱ ଲାଗିଲା। ମୁଁ ଚେକ୍‌ର ସାଇନ୍‌ କରିଦେଇଛି। ଟଙ୍କା ଉଠାଇ ଆଶ୍ରମ ଚଳାଇଥିବ। ତା’ପରେ ଲିଗାଲ୍‌ ସବୁ କାଗଜପତ୍ର ଠିକ୍‌ କରିନେବ। ପପୁ ତୁ ଚେୟାରମ୍ୟାନ୍‌ ଓ ବିକାଶ ତୁ କୋଷାଧ୍ୟକ୍ଷ ପଦରେ ରହି ପିଏଫ୍‌ଏସ୍‌ ଅନୁଷ୍ଠାନକୁ ଚଳାଇବ। ମୋ’ ଫୋନ୍‌ ରହିଲା। ସେଥିରେ ସବୁ ନମ୍ୱର ରହିଛି। ମୁଁ ଗଲା ପରେ ମଧ୍ୟ କିଛି ଅସୁବିଧା ହେବନି। ବଞ୍ଚି ଥାଉଁ ଥାଉଁ କିଛି କରିପାରିଲି ନାହିଁ। ହୁଏତ ମୁଁ ଗଲା ପରେ ଲୋକଙ୍କ ସହାନୁଭୂତିରେ ମୋର ଶେଷ ଇଚ୍ଛା ପୂରଣ ହୋଇପାରିବ। ଆଶ୍ରମ ପାଇଁ ଜମି ଖଣ୍ଡିଏ କିଣି ଘର ଗୋଟିଏ ବନାଇବ। ବଡ଼ ନହେଉ, ପଛକେ ଛୋଟଟେ ହେଲେ ବି ଉପରୁ ଦେଖି ମୋ’ ଆତ୍ମା ଶାନ୍ତି ପାଇବ। ବିକାଶ, ମୋ ବାପା ଓ ମାଆ ତତୋ ଲାଗିଲା। ତାଙ୍କ କଥା ବୁଝୁଥିବୁ। ମୋର ବାହାଘର ସମୟରେ ୫୦,୦୦୦ ଟଙ୍କା ପିଏଫ୍‌ଏସ୍‌ ଆକାଉଣ୍ଟରୁ ଉଠାଇ ଖର୍ଚ୍ଚ କରିଥିଲି। ସୁବିଧା ଦେଖି ଜମା କରିଦେବି ବୋଲି ଭାବିଥିଲି। ମୁଁ ସେହି ୫୦,୦୦୦ ଜମା କରିପାରିଲି ନାହିଁ। ମୁଁ ବହୁତ ଦୁଃଖିତ, ଆଶା କରୁଛି ତୋତେ ଦେଇଥିବା ୭୦,୦୦୦ ଟଙ୍କା ତୁ ସମୟରେ ପିଏଫ୍‌ଏସ୍‌ ଆକାଉଣ୍ଟରେ ଜମା କରିଦେବୁ। ମୋର ଶେଷ ଇଚ୍ଛା ଯେମିତି ହେଲେ ପୂରଣ କରିବ ବୋଲି ଆଦିତ୍ୟା ଡାଏରୀରେ ଲେଖିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଆଶ୍ରମ ପାଇଁ ଜମି କିଣି ଘର କରିବ। ଆଉ ଆଶ୍ରମ ଚଳାଇବା ପାଇଁ ମୋ’ ମୋବାଇଲ ତୋତେ ସବୁ ସାହାଯ୍ୟ କରିବ। ବାପା ଓ ମାଆ ଲାଗିଲେ। ତାଙ୍କ କଥା ବହୁତ ମନେ ପଡ଼ୁଛି।......... ସେମାନେ ଆଜି ଘରେ ନାହାନ୍ତି। କାଲି ସକାଳେ ସେମାନେ ଆସି ପହଞ୍ଚିବେ। ତା’ପୂର୍ବରୁ ହୁଏତ ମୁଁ ଏ ଦୁନିଆରେ ନଥିବି। ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ବୋଧହୁଏ ଏତିକି ଦିନ ହିଁ ମୋର ଆୟୂଷ ଥିଲା। ଶ୍ରୀ ତୁମେ ବହୁତ ଭଲ। ତୁମକୁ ମୋର ବହୁତ ଭଲ ପାଇବା। ଉପରେ ରହି ମୁଁ ତୁମକୁ ବହୁତ ମିସ୍‌ କରିବି।

ବହୁତ କିଛି ଦେଶ ପାଇଁ କରିବାର ଇଚ୍ଛା ଥିଲା। ହେଲେ ସବୁ ଇଚ୍ଛା, ଇଚ୍ଛାରେ ରହିଗଲା। ଏ ଦେଶର ଯୁବକମାନଙ୍କୁ କହିବି, ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁକ୍ଷେତ୍ରରେ ଶକ୍ତିଶାଳି କରି ଗଢ଼ିତୋଳ। ନହେଲେ ସେ ତୁମର ବଞ୍ଚିବା ମୁସ୍କିଲ କରିଦେବେ।

ଓଡ଼ିଶାରୁ ମଦ ବନ୍ଦ ହୋଇଗଲେ ମୋର ଆତ୍ମା ଶାନ୍ତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story