ରକ୍ତର ସମ୍ପର୍କ ଭୁଲିଗଲା ପୁଅ; ଭତ୍ତା ଟଙ୍କା ନଦେବାରୁ ମାଆଙ୍କୁ ମାରିଦେଲା

ଜଳେଶ୍ୱର (ଅଜିତ ଦାସ): ତିନି ପୁଅ, ବୋହୂ ଓ ନାତି ନାତୁଣୀ ସମସ୍ତେ ଅଛନ୍ତି। ତଥାପି ଅସହାୟ ୭୫ ବର୍ଷୀୟା ବୃଦ୍ଧା ମାଆ। ଯତ୍ନ ନେଲେନାହିଁ। ଦୁଇ ଓଳି ଖାଇବାକୁ ଦୁଇ ମୁଠା ଦେଲେନାହିଁ! ଅସହାୟ ଅବସ୍ଥାରେ ଭିକ୍ଷାବୃତ୍ତି କରି ଚଳୁଥିଲେ। ହେଲେ ମାଆର ସେହି ଭିକ୍ଷାବୃତ୍ତି ଟଙ୍କା ଉପରେ ଭାଗ ବସାଇବାକୁ ଚାହିଁଥିଲା ବଡ଼ପୁଅ! ଟଙ୍କା ନଦେବାରୁ ମାଆକୁ ପିଟି ମାରିଦେଲା। ଏପରି ହୃଦୟବିଦାରକ ଘଟଣା ବଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଘଟିଛି। ସିଂଲା […]

Mother

  • Published: Monday, 09 January 2023
  • , Updated: 09 January 2023, 05:23 PM IST

ଜଳେଶ୍ୱର (ଅଜିତ ଦାସ): ତିନି ପୁଅ, ବୋହୂ ଓ ନାତି ନାତୁଣୀ ସମସ୍ତେ ଅଛନ୍ତି। ତଥାପି ଅସହାୟ ୭୫ ବର୍ଷୀୟା ବୃଦ୍ଧା ମାଆ। ଯତ୍ନ ନେଲେନାହିଁ। ଦୁଇ ଓଳି ଖାଇବାକୁ ଦୁଇ ମୁଠା ଦେଲେନାହିଁ! ଅସହାୟ ଅବସ୍ଥାରେ ଭିକ୍ଷାବୃତ୍ତି କରି ଚଳୁଥିଲେ। ହେଲେ ମାଆର ସେହି ଭିକ୍ଷାବୃତ୍ତି ଟଙ୍କା ଉପରେ ଭାଗ ବସାଇବାକୁ ଚାହିଁଥିଲା ବଡ଼ପୁଅ! ଟଙ୍କା ନଦେବାରୁ ମାଆକୁ ପିଟି ମାରିଦେଲା। ଏପରି ହୃଦୟବିଦାରକ ଘଟଣା ବଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଘଟିଛି।

ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗାଁର ୭୫ ବର୍ଷୀୟା ବୃଦ୍ଧା ସାବିତ୍ରୀ ମଣ୍ତଳ। ସ୍ୱାମୀଙ୍କ ମୃତ୍ୟୁ ପରେ ଏକୁଟିଆ ରହୁଥିଲେ। ତିନି ତିନିଟା ଭେଣ୍ଡିଆ ପୁଅ ଥାଉଁ ଥାଉଁ ଭିକ୍ଷାବୃତ୍ତି ଓ ଭତ୍ତା ଟଙ୍କାରେ ଚଳୁଥିଲେ। ହେଲେ ବୃଦ୍ଧା ମାଆଙ୍କ ସେହି ଟଙ୍କା ଉପରେ ନଗର ପକାଇଥିଲା ବଡ଼ପୁଅ ଅଜୟ ମଣ୍ଡଳ। ରବିବାର ସନ୍ଧ୍ୟା ବେଳେ ମଦ ପିଇବା ପାଇଁ ସେ ତାଙ୍କୁ ମାଆଙ୍କୁ ଭତ୍ତା ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ହେଲେ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏକ ମାରଣାସ୍ତ୍ରରେ ସାବିତ୍ରୀଙ୍କୁ ଅଜୟ ଆକ୍ରମଣ କରିଥିଲା।

ଶାଶୂଙ୍କ ଚିତ୍କାର ଶୁଣି ଉଦ୍ଧାର କରିବା ପାଇଁ ସାନ୍‌ ବୋହୂ ସଞ୍ଜୁରାଣୀ ଧାଇଁ ଆସିଥିଲେ। ମାତ୍ର ଅଜୟ ତାଙ୍କୁ ମଧ୍ୟ ଛାଡ଼ିନଥିଲା। ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପୁଅ ମାଡ଼ରେ ଗୁରୁତର ହୋଇଥିବା ସାବିତ୍ରୀଙ୍କୁ ସାହି ଭାଇ ଉଦ୍ଧାର କରି ବସ୍ତା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆକ୍ରମଣ ପରେ ଅଜୟ ଘରୁ ଚମ୍ପଟ ମାରିଥିଲା।

ସଞ୍ଜୁରାଣୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ବସ୍ତା ଏସ୍‌ଡିପିଓ ଓ ସିଂଲା ଥାନା ପୁଲିସ ଗାଁରେ ଘଟଣା ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ୍‌।

Related story