Advertisment

ତାରା ବାହିନୀପତିଙ୍କ ଆଶଙ୍କା: ସୌମ୍ୟଙ୍କ ଘରେ ଭିଜିଲାନ୍ସ ରେଡ ହୋଇପାରେ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ବାଣକୁ ନେଇ ରାଜନୀତି ସରଗରମ। ଏନେଇ ବିଜେଡି ତୁଣ୍ଡ ଖୋଲି ନଥିବା କଂଗ୍ରେସ ନେତାମାନେ ନିଜର ମନ୍ତବ୍ୟ ରଖିଛନ୍ତି।  ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି,  ସୌମ୍ୟ ବାବୁ ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଆଣ୍ଠଉଛନ୍ତି। ସେ ଅପ୍ରିୟ ସତ କଥା ଲେଖୁଛନ୍ତି। ମୁଁ ଭାବୁଛି ତାଙ୍କୁ ଆଉ ବିଜେଡିରେ ଟିକେଟ […]

ଅଦ୍ୟତନ ହୋଇଛି
ତାରା ବାହିନୀପତିଙ୍କ ଆଶଙ୍କା: ସୌମ୍ୟଙ୍କ ଘରେ ଭିଜିଲାନ୍ସ ରେଡ ହୋଇପାରେ!

Tara

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ବାଣକୁ ନେଇ ରାଜନୀତି ସରଗରମ। ଏନେଇ ବିଜେଡି ତୁଣ୍ଡ ଖୋଲି ନଥିବା କଂଗ୍ରେସ ନେତାମାନେ ନିଜର ମନ୍ତବ୍ୟ ରଖିଛନ୍ତି।  ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି,  ସୌମ୍ୟ ବାବୁ ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଆଣ୍ଠଉଛନ୍ତି। ସେ ଅପ୍ରିୟ ସତ କଥା ଲେଖୁଛନ୍ତି। ମୁଁ ଭାବୁଛି ତାଙ୍କୁ ଆଉ ବିଜେଡିରେ ଟିକେଟ ମିଳିବନି। ତାଙ୍କ ଘରେ କେବେ ଭିଜିଲାନ୍ସ ରେଡ ହେବ ସେ ଦିନକୁ ମୁଁ ଅପେକ୍ଷା କରିଛି?

Advertisment

ସେ ଆହୁରି କହିଛନ୍ତି, ସୌମ୍ୟ ବାବୁ ବିଜେଡି ବିଧାୟକ। ଏହାସହ ସେ କନକ ଟିଭି ଓ ସମ୍ବାଦର ମାଲିକ। ମାଲିକ ହିସାବରେ ସେ ଯାହା ଲେଖୁଛନ୍ତି, ମୁଁ ତାଙ୍କୁ ସ୍ୱାଗତ କରୁଛି। ସୌମ୍ୟ ବାବୁ ଆଗ ମାଟି, ତା’ ପରେ ପାର୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ବିଧାନସଭାରେ ମୁଁ ଅନେକ ଥର କହିଛି, ଆଗେ ମାଟି, ପରେ ପାର୍ଟି। ମାଟିଥିଲେ ଆମେ  ବଞ୍ଚିପାରିବା, ପାର୍ଟି ସହ ଆମେ ସମ୍ପର୍କ ରହିବା ଦରକାର।

ତାରା କହିଛନ୍ତି, ମମିତା ମେହର ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦଳରୁ ଇସ୍ତଫା ଦେବା ପରିବର୍ତ୍ତେ ନୈତିକତା ଦୃଷ୍ଟିରୁ  ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଇସ୍ତଫା ଦିଅନ୍ତି। ଦିବ୍ୟଶଙ୍କର ବାବୁ ଇସ୍ତଫା ଦେଲେ ନବୀନ ବାବୁଙ୍କୁ ଲୋକେ ବାଃ ବାଃ କହିବେ। ବଢ଼ିଆ ମୁଖ୍ୟମନ୍ତ୍ରୀ କହିବେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

Advertisment

ଅନ୍ୟପକ୍ଷରେ  ସୌମ୍ୟରଂଜନଙ୍କ ସମ୍ପାଦକୀୟକୁ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ୧୯୮୫ରେ ତାଙ୍କ ନାଁରେ କୋର୍ଟ ଧାଡିଏ ଲେଖିଥିବାରୁ ଇସ୍ତଫା ଦେଇଥିବା ସେ କହିଛନ୍ତି ।

ସେ କହିଛନ୍ତି, ଏବେ ନେତାମାନେ ମାଟି ଓ ପାର୍ଟି ଅପେକ୍ଷା ବୃତ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

BjD Tara Prasad Bahinipati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe