ଟୁଇନ୍‌ ସିଟିରେ ଖୋଲିବ ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍‌ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି  । ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ, ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଏହି ଶାଖା ଅନୁସନ୍ଧାନ କରି ପଦକ୍ଷେପ ନେବ । ଜଣେ ଡିସିପିଙ୍କ ଅଧୀନରେ ଏହି ଶାଖା କାର୍ଯ୍ୟ କରିବ ବୋଲି […]

police

Niharika Rout
  • Published: Wednesday, 15 December 2021
  • , Updated: 15 December 2021, 01:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍‌ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି  ।

ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ, ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଏହି ଶାଖା ଅନୁସନ୍ଧାନ କରି ପଦକ୍ଷେପ ନେବ । ଜଣେ ଡିସିପିଙ୍କ ଅଧୀନରେ ଏହି ଶାଖା କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ ଜଣ ଇନ୍ସପେକ୍ଟର, ୧୨ ଜଣ ସବ୍ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇ, ୩୦ ଜଣ କନଷ୍ଟେବଲ୍‌ଙ୍କୁ ମିଶାଇ ମୋଟ୍ ୫୯ ଜଣ କର୍ମଚାରୀଙ୍କୁ ନେଇ ଶାଖା କାମ କରିବ ।

ସେହିପରି କମିଶନରେଟ୍ ପୁଲିସ୍‌ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଆଉ ୩ଟି ନୂଆ ଥାନା ଗଠନକୁ ମଂଜୁରୀ ଦିଆଯାଇଛି । ଅର୍ଥାତ କମିଶନରେଟ୍ ପୁଲିସ୍‌ ଅଞ୍ଚଳରେ ଥିବା ୩ଟି ଫାଣ୍ଡିକୁ ଥାନାର ମାନ୍ୟତା ଦିଆଯାଇଛି । ସେଗୁଡ଼ିକ ହେଲା ପାହାଳ, ଇନଫୋଭ୍ୟାଲି ଓ ବୟାଳିଶ ମୌଜା କିମ୍ବା ବେଣ୍ଟକାର ଥାନା  କରାଯାଇଛି ।

Related story