Advertisment

କେମିତି ହୋଇଥିଲା ବିଚାରପତି ସୁବାସଙ୍କ ମୃତ୍ୟୁ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

କଟକ(ଓଡ଼ିଶା ରିପୋର୍ଟର): କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ମର୍କତ ନଗର ପୁଲିସର ହସ୍ତଗତ ହୋଇଛି। ବେକରେ ରଶି ଲାଗି ବିଚାରପତିଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରଶି ଯୋଗୁ ତାଙ୍କ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ୨ ତାରିଖରେ ସୁବାସଙ୍କ ଝୁଲନ୍ତା ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ଘରେ କେହି ନଥିବା […]

author-image
Tapaswini Nayak
କେମିତି ହୋଇଥିଲା ବିଚାରପତି ସୁବାସଙ୍କ ମୃତ୍ୟୁ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

subas

କଟକ(ଓଡ଼ିଶା ରିପୋର୍ଟର): କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସକୁମାର ବିହାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ମର୍କତ ନଗର ପୁଲିସର ହସ୍ତଗତ ହୋଇଛି। ବେକରେ ରଶି ଲାଗି ବିଚାରପତିଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରଶି ଯୋଗୁ ତାଙ୍କ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment

ଗତ ୨ ତାରିଖରେ ସୁବାସଙ୍କ ଝୁଲନ୍ତା ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ଘରେ କେହି ନଥିବା ବେଳେ ସୁବାସ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଅନ୍ୟପକ୍ଷରେ ସୁବାସ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ବୋଲି  କିଛି ଦିନ ତଳେ ତାଙ୍କ  ମା, ଭାଇ ଓ  ଭିଣୋଇ ଅଭିଯୋଗ କରିଥିଲେ। ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସେମାନେ ଅଭିଯୋଗ କରିଥିଲେ। ଏନେଇ ମର୍କତ ନଗର ଥାନାରେ ଏତଲା ଦେଇଥିଲେ। ଏପରି ଅଭିଯୋଗ ଆସିବା ପରେ ପୁଲିସ ସୁବାସଙ୍କ ପତ୍ନୀ, ଶଳା ଓ କିଛି କର୍ମଚାରୀଙ୍କୁ ପଚରାଉଚରା କରିଥିଲା।  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବି ଘଟଣା ତଦନ୍ତ ଜାରି ରହିଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

Advertisment