ଚଳଚ୍ଚିତ୍ର ଶିଳ୍ପ କ’ଣ ସାବତ ପୁଅ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ ପ୍ରସ୍ତାବକୁ ନେଇ ବିବାଦ। କ୍ରୀଡ଼ା ବିଭାଗର ଏଭଳି ପ୍ରସ୍ତାବକୁ ବିରୋଧ କରିଛି ଶିଳ୍ପ ବିଭାଗ। କଳିଙ୍ଗ ଷ୍ଟୁଡିଓର ଭିତ୍ତିଭୂମି ପାଇଁ ଅଧିକ ଜାଗାର ଆବଶ୍ୟକତା ରହିଛି। ଏଭଳି ସ୍ଥଳେ କ୍ରୀଡା ବିଭାଗକୁ କାହିଁକି ଜାଗା ଦିଆଯିବ ବୋଲି ଓଡିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍ ପ୍ରଶ୍ନ ଉଠାଇଛି। ସିନେ କଳାକାର ମଧ୍ୟ ଏହି ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି।

ସୋର୍ଟସ୍ ବନାମ ସିନେମା। କ୍ଷତିରେ ଚାଲିଥିବା ସିନେ ଶିଳ୍ପକୁ ଦୁର୍ବଳ କରି ଖେଳ ଭିତ୍ତିଭୂମି ନିର୍ମାଣ ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ଏକ ନୂଆ ବିବାଦ। ଓଡିଆ ସିନେ ଦୁନିଆର ମୁକସାକ୍ଷୀ କଳିଙ୍ଗ ଷ୍ଟୁଡିଓ ପ୍ରାୟତଃ ଅଚଳ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହି ଷ୍ଟୁଡିଓ ଉପରେ ଏବେ ଆଖି ପକାଇଛି କ୍ରୀଡା ବିଭାଗ। ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ୍ କଂପ୍ଳେକ୍ସ ନିର୍ମାଣ ପାଇଁ  କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ୍ , ସାଧାରଣ ପ୍ରଶାସନ ବିଭାଗକୁ ଦେଇଛନ୍ତି ଚିଠି। ଯାହା ଛିଡ଼ା କରିଛି ବିବାଦର ପାଚେରୀ।

ଚିଠିରେ ଉଲ୍ଲେଖ ରହିଛି, ଭୁବନେଶ୍ୱର ଓ ଆଖପାଖ ଏରିଆରେ ସ୍ପୋର୍ଟସ କଂପ୍ଳେକ୍ସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଉ କଳିଙ୍ଗ ଷ୍ଡୁଡିଓରେ ଆବଶ୍ୟକତା ଠାରୁ ଅଧିକ ଜମି ରହିଛି, ତେଣୁ ସେଇ  ଖାଲି ଜାଗାକୁ କ୍ରୀଡା ବିଭାଗକୁ ଦେଲେ ସେଠାରେ ସ୍ପୋର୍ଟସ କଂପ୍ଳେକ୍ସ ନିର୍ମାଣ କରାଯିବ। ହେଲେ କ୍ରୀଡା ବିଭାଗର ଏହି ପ୍ରସ୍ତାବକୁ ଦେଖି ଖପ୍ପା ଓଡିଶା ଫିଲିମ୍ ଡେଭଲମେଣ୍ଟ କର୍ପୋରେସନ୍।

ପ୍ରତିବର୍ଷ ଚଳଚ୍ଚିତ୍ର ନିର୍ମାଣ ସଂଖ୍ୟା ବଢୁଛି, ହେଲେ କ୍ଷତିରେ ଚାଲିଛି ଓଡିଆ ସିନେ ଶିଳ୍ପ। ଏହାରି ଭିତରେ ମରି ହଜି ଯାଉଥିବା ଷ୍ଟୁଡିଓକୁ ପୁନର୍ଜନ ଦେବାକୁ ଓଡିଶା ଫିଲ୍ମ ଡେଭଲପେଣ୍ଟ କର୍ପୋରେସନ୍ ଅଣ୍ଟା ଭିଡିଥିବା ବେଳେ କ୍ରୀଡ଼ା ବିଭାଗ କରିଛି ଜମି ଅକ୍ତିଆର୍ର ମସୁଧା। ପ୍ରଶ୍ନ ଉଛୁଠି, ସହର ଚାରିପାଖରେ ଏତେ ଜାଗା ଥାଇ, କଳିଙ୍ଗ ଷ୍ଟୁଡିଓକୁ କାହିଁକି ବାଛିଲେ କ୍ରୀଡା ସଚିବ। ଏହା ପଛରେ ଅନ୍ୟ କିଛି କାରଣ ରହିଛି କି। ସ୍ପୋର୍ଟସ୍ ହବର ସ୍ୱପ୍ନ ଦେଖୁଥିବା ରାଜ୍ୟ ସରକାର, ସିନେ ଶିଳ୍ପକୁ ସାବତ ପୁଅ ଭାବେ ଦେଖୁନାହାଁନ୍ତି କି।

Ordigital Desk
• Published: Saturday, 05 May 2018
• Updated: 05 May 2018, 08:44 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos